Site icon Awaj Media

ନିର୍ବାଚନ ପ୍ରଚାର ଗାଡିର କାଗଜପତ୍ର ଠିକ୍ ନଥିବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗାଡିର କାଗଜପତ୍ର ଠିକ ନଥାଇ ନିର୍ବାଚନ ପ୍ରଚାର କାମରେ ଲାଗିଥିଲା . ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ଗ୍ରହଣ ହୋଇଛି କାର୍ଯ୍ୟାନୁଷ୍ଠାନ . ବାଙ୍କୀ ନିର୍ବାଚନ ମଣ୍ଡଳୀ ଦୁଲଣାପୁର ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କର ପ୍ରଚାର ବନ୍ଦ ହୋଇଛି . ସୂଚନା ଅନୁସାରେ ପ୍ରଚାର ପାଇଁ ବ୍ୟବହାର ହେଉଥିବା ଗାଡିର ଫିଟନେସ, ଇନ୍ସୁରାନ୍ସ, ପଲ୍ୟୁସନ କିଛି ନଥିଲା, ଆବଶ୍ୟକୀୟ କାଗଜପତ୍ର ତନଖି ସମୟରେ ଏ ସମସ୍ତ ତ୍ରୁଟି ଥିବାରୁ ବାଙ୍କୀ ଉପ-ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ଉକ୍ତ ଗାଡିକୁ ପ୍ରଚାର କାମରୁ ବିରତି ଦିଆଯାଇଛି ।

Exit mobile version