Site icon Awaj Media

ସମାଜସେବୀ କିନ୍ନର ଚିନ୍ମୟୀ ଦାସଙ୍କୁ ଶାମ୍ଭବୀ ଜୁରୀ ପ୍ରଶଂସା ସମ୍ମାନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ଜରପଡା ର ସାମାଜିକ କର୍ମୀ ଚିନ୍ମୟୀ ଦାସଙ୍କୁ ଶାମ୍ଭବୀ ଜୁରୀ ପ୍ରଶଂସା ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି . କରୋନା ସମୟରେ ନିଶୁଳ୍କ ଶବଦାହ , ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସେବାଶ୍ରମ , ପିଲା ମାନଙ୍କ ପାଇଁ ପାଠାଗାର , ତୃତୀୟ ଲିଙ୍ଗୀ ମାନଙ୍କୁ ଆଇନଗତ ଅଧିକାର ପ୍ରଦାନ ପାଇଁ କାର୍ଯ୍ୟକ୍ରମ , ପରିବେଶ ସଚେତନତା , ପ୍ଲାଜମା ଦାନ ପାଇଁ ସଚେତନତା , ଭିନ୍ନ ଜାତିଭିତ୍ତିକ ବିବାହକୁ ସାମାଜିକ ସ୍ୱିକୃତୀ ପ୍ରଦାନ ପାଇଁ ଉଦ୍ୟମ ଆଦି ବହୁ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ସମାଜସେବୀ କିନ୍ନର ଚିନ୍ମୟୀ ଦାସଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି .

Exit mobile version