ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଓଲଟିଲା କୋଇଲା ବୋଝେଇ ଟ୍ରକ . ସୂଚନା ଅନୁଯାୟୀ ଏକ କୋଇଲା ବୋଝେଇ ଟ୍ରକ ନଂ OD16C1298 ତାଳଚେରରୁ କଳିଙ୍ଗନଗର ଅଭିମୁଖେ ଯାଉଥିବା ସମୟରେ ସୁକିନ୍ଦା ଥାନା ଅନ୍ତର୍ଗତ ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ରାଜପଥ କଡକୁ ଓଲଟି ପଡିଥିଲା . ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ କୌଣସି ପଥଚାରୀଙ୍କର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି ।
ସୁକିନ୍ଦା ବାଟମଙ୍ଗଳା ଛକ ପାଖ ମୁଖ୍ୟ ରାଜପଥରେ ଓଲଟିଲା କୋଇଲା ବୋଝେଇ ଟ୍ରକ : ଡ୍ରାଇଭର ଆହତ !!!

