ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସମସ୍ତ ଚାଷୀମାନେ ଧାରଣାରେ ବସିଥିଲେ । ନାଚୁଣୀ ସମବାୟ ସମିତି ସମ୍ମୁଖରେ ୩ ଦଫା ଦାବି ନେଇ ଚାଷୀମାନେ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା , ତେବେ ଜିଲ୍ଲା ଯୋଗାଣ ବିଭାଗର ପ୍ରତିଶୃତି ପରେ ଧାରଣା ହଟିଥିବା ସୂଚନା ମିଳିଛି । ଖବର ମୁତାବକ, ବାଣପୁର ବ୍ଲକ୍ ର ନାଚୁଣି ଓ ମୋରମୋରୀ ପଞ୍ଚାୟତକୁ ନେଇ ନାଚୁଣି ସମବାୟ ସମିତି ଗଠିତ ହୋଇଛି । ଏହି ସମବାୟ ସମିତି ମାଧ୍ୟମରେ ପ୍ରତି ବର୍ଷ ଚାଷୀ ମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ମାନଙ୍କୁ ଟୋକନ ମାଧ୍ୟମରେ ଧାନ ମିଲର ମାନେ ଚାଷୀଙ୍କ ଠାରୁ ଧାନ କିଣିଥାନ୍ତି । ଏଥର କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଦେଖା ଦେଇଥିଲା । ଯେଉଁଥି ପାଇଁ ଚାଷୀ ସମବାୟ ସମିତି ଆଗରେ ୩ ଦଫା ଦାବ ନେଇ ଧାରଣାରେ ବସିଥିଲେ ।
ନାଚୁଣୀ ସମବାୟ ସମିତି ସମ୍ମୁଖ ରେ ୩ଦଫା ଦାବି ନେଇ ଧାରଣାରେ ବସିଲେ ଚାଷୀ !!!

