Site icon Awaj Media

ବିଜେଡି ଶିବିର ର ଟାର୍ଗେଟ ରେ କଂଗ୍ରେସ ର ସେନାପତି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନ ରେ ପ୍ରଥମ ଚାରି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ସମୟରେ ଶେଷ ପର୍ଯ୍ୟାୟରେ ଆଉ ଦୁଇଟି ଜୋନ ରେ ହେବ ଭୋଟ ଗ୍ରହଣ . ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ସମର୍ଥନ ଦୃଷ୍ଟିରୁ ଶାସକ ଦଳ ବିଜେଡି ଆଶ୍ଵସ୍ଥିଜନକ ସ୍ଥିତିରେ ଥିଲେ ସୁଦ୍ଧା ବାରଙ୍ଗ ଏବଂ କଳାପଥର ଜୋନ ପାଇଁ ବହୁ କସରତ କରିବାକୁ ପଡିଛି . ଅନ୍ୟ ପକ୍ଷରେ ସମିତି ଅଧ୍ୟକ୍ଷ ପାଇଁ ପଶ୍ଚିମ ବାଙ୍କୀର ବଳଭଦ୍ରପୁର , ପୂର୍ବ ବାଙ୍କୀର ଦୁଲଣାପୁର ଏବଂ ରଗଡି ପଞ୍ଚାୟତରେ ଦଳ ତରଫରୁ ଦିଆ ଯାଇଥିଲା ଫୋକସ . ତେବେ ପଞ୍ଚାୟତ ପଦବୀ ଦୃଷ୍ଟିରୁ ଶାସକ ଦଳର ଟାର୍ଗେଟ ରେ ଦୁଇଟି ଗ୍ରାମ ପଞ୍ଚାୟତ . ଡମପଡା ବ୍ଲକ ର ଗୋପାଳପୁର ଏବଂ ବାଙ୍କୀ ବ୍ଲକ ର କଳାପଥର ପଞ୍ଚାୟତରେ ବାଙ୍କୀ ବିଜେଡିର ସ୍ୱତନ୍ତ୍ର ଦୃଷ୍ଟି ରହିଥିଲା . ଗୋପାଳପୁର ପଞ୍ଚାୟତ ରେ ଡମପଡା ବ୍ଲକ କଂଗ୍ରେସ କମିଟି ସଭାପତି ଅସୀତ ବରଣ ପଟ୍ଟନାୟକ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି , ସେହିପରି କଳାପଥର ପଞ୍ଚାୟତରେ ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ସାହୁଙ୍କ ପତ୍ନୀ ଦିପ୍ତିମୟୀ ସାହୁ ସରପଞ୍ଚ ପଦବୀ ପାଇଁ ଲଢ଼ୁଛନ୍ତି . ଏହି ଦୁଇ ପଞ୍ଚାୟତରେ କଂଗ୍ରେସ ର ଦୁଇ ସେନାପତିଙ୍କୁ ଚେକ ଦେବାପାଇଁ ପୂର୍ବତନ ବାଙ୍କୀ ବିଧାୟକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ଆପଣେଇଥିଲେ ସ୍ୱତନ୍ତ୍ର ରଣନୀତି . କଂଗ୍ରେସ ର ଦୁଇ ବ୍ଲକ ସଭାପତି ସିଧାସଳଖ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ସେମାନଙ୍କୁ କୌଣସି ମତେ ମାତ ଦେବାପାଇଁ ବିଜେଡି ତରଫରୁ ଲଗା ଯାଇଛି ସମସ୍ତ କୌଶଳ . ଗୋପାଳପୁର ପଞ୍ଚାୟତରେ ଅସୀତ ବରଣ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ଏବଂ କଳାପଥର ପଞ୍ଚାୟତରେ ନରେଶ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କଂଗ୍ରେସ ଦଳ ନିର୍ଭର କରି ନିର୍ବାଚନ ଲଢ଼ିଛି . ତେବେ ଭୋଟର ଙ୍କୁ କିଏ ଆପଣେଇ ପାରିଛି ତାହା ଗଣତି ପରେ ସ୍ପଷ୍ଟ ହେବ .

Exit mobile version