Site icon Awaj Media

ଜାତୀୟ ପୋଲିଓ ଦିବସ ପାଳନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଭାରତଏକ ପୋଲିଓ ମୁକ୍ତ ଦେଶ ହେଇଥିଲେ ବି ଏହା ପୁଣି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହି ପରିପ୍ରେକ୍ଷୀରେ ସାରା ଦେଶ ତଥା କନ୍ଧମାଳ ଜିଲ୍ଳା ରେ ଆସନ୍ତା ୨୭ ତାରିଖ ରବିବାର ଦିନ ଜାତୀୟ ପୋଲିଓ ଦିବସ ପାଳନ ହେବ । ଏ ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହେଇଥିଲା । ଜିଲ୍ଳା ରେ ମୋଟ ୮୫,୫୧୧ ଜଣ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଖୁଆଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏଥିପାଇଁ ସାରା ଜିଲ୍ଲା ରେ ୩୫୪ ଟି ବୁଥ ର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ , ୩୪ ଟି ଭ୍ରାମ୍ୟମାଣ ଟିମ୍, ବିଭିନ୍ନ ମେଳା, ହାଟ, ବସଷ୍ଟାଣ୍ଡ ଇତ୍ୟାଦି ରେ ମୁତୟନ ହେବେ ତଥା ୨୩ ଟି ଭ୍ରାମ୍ୟମାଣ ଯାନ ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ଏହି ଟୀକାଦାନ କାର୍ଯ୍ୟ କରିବେ l ସେହିପରି ଆଗାମୀ ଦୁଇ ଦିନ ଯଥା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ଦିନ ଘରକୁ ଘର ବୁଲି ତଦାରଖ କରାଯିବ ଓ ବାକି ରହି ଯାଇଥିବା ଶିଶୁ ଙ୍କୁ ଟୀକା ଦିଆଯିବ । ଏଥିପାଇଁ ୧୪୧୬ ଜଣ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ଏଣୁ ନିଜ ସନ୍ତାନ ର ସୁରକ୍ଷା ପାଇଁ ସମସ୍ତ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଙ୍କୁ ଏହି ରବିବାର ଦିନ ନିକଟସ୍ଥ ଟୀକା କରଣ କେନ୍ଦ୍ର ରେ ପୋଲିଓ ନିଶ୍ଚୟ ଖୁଆଇବା ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ, କନ୍ଧମାଳ ପକ୍ଷରୁ ପରାମର୍ଶ ଦିଆଯାଇଛି l

Exit mobile version