ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଜେପି ମଧ୍ୟରେ କ୍ଲୋଜ ଫାଇଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ରେ ଦେଖିବାକୁ ମିଳିଛି ଜୋରଦାର ମୁକାବିଲା . ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନକୁ ଦେଖିଲେ କିଏ ବାଜି ମାରିବ ତାହା କହିବା ମୁସ୍କିଲ . ତେବେ ଗଣତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସମୟରେ କିଛି ସ୍ଥାନରୁ ଫଳାଫଳ ମଧ୍ୟ ଆସିବାରେ ଲାଗିଲାଣି . ଚିଲିକା ବ୍ଲକର ବିରିବାଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ବିଷ୍ଣୁପ୍ରିୟା ସେଣ ତାଙ୍କର ନିକଟତମ ପ୍ରାର୍ଥୀ ଠାରୁ ୩୯୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ସରପଞ୍ଚ ଭାବରେ କାର୍ତ୍ତିକ ବାରିକ ଏବଂ ସମିତିସଭ୍ୟ ଭାବରେ ଅମେରନ୍ଦ୍ର ରଣସିଂହ ବିଜୟୀ ହୋଇଥିବାର ସୂଚନା ମିଳୁଛି l

Leave a Reply

Your email address will not be published. Required fields are marked *