Site icon Awaj Media

ବହୁବିଧ ସେବାକାର୍ଯ୍ୟରେ ବ୍ରତୀ : ସମାଜସେବୀ ପ୍ରଦୀପ୍ତ ମହାଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର କେଶପୁର ଗ୍ରାମର ସମାଜସେବୀ ପ୍ରଦୀପ୍ତ ମହାଳି ବିଭିନ୍ନ ସେବାକାର୍ଯ୍ୟ, ବନ୍ୟା ବାତ୍ୟା ସମୟରେ ବିପନ୍ନଙ୍କୁ ସହଯୋଗ, ବାଳାଶ୍ରମ ଏବଂ ଜରାଶ୍ରମରେ ଆବଶ୍ୟକତା ଅନୁଯାୟୀ ସେବା, ପରିବେଶ ସୁରକ୍ଷା, କରୋନା ସଚେତନତା ସହ ମାସ୍କ ସାନିଟାଇଜର ବଣ୍ଟନ, ପୂଜ୍ୟପୂଜା, ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ସାଧନା, ରକ୍ତଦାନ ଶିବର ଆୟୋଜନ ଆଦି ବହୁ ଜନହିତକର କାର୍ଯ୍ୟକାରି ସମାଜରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସୂଚନାଯୋଗ୍ୟ ସଙ୍ଗଠକ ପ୍ରଦୀପ୍ତ ପୂର୍ବରୁ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ଆଦର୍ଶ ୟୁବ ସଂଘ ଭାରତ କଟକ ସଦର ଶାଖା, ଆନନ୍ଦ ନୃସିଂହ ସ୍ମୃତି ସଂସଦ ୪୨ ମୌଜା ଆଦି ବହୁ ସଙ୍ଗଠନ ଦ୍ଵାରା ପୁରସ୍କୃତ ହୋଇ ଯୁବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Exit mobile version