ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ କରୋନା ମହାମାରୀ ରୋଗ ଦୁଇ ବର୍ଷ ଧରି ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଯାଇଥିଲା । ତେବେ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଫେବୃୟାରୀ ୨୮ ତାରିଖରେ ଖୋଲିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକର ମୁଖ୍ୟ ଫାଟକରେ ସୁ ସଜ୍ଜିତ ତୋରଣ ସହ ବିଦ୍ୟାଳୟ ପରିବେଶକୁ ପରିଷ୍କାର ପରିଛନ କରି ଦୀପ ଜାଳି ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସଚେତନ ନାଗରିକ ମାନେ ଉପସ୍ଥିତ ରହି କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଆଜି ପ୍ରଥମ କରି ବିଦ୍ୟାଳୟ ଖୋଲିଥିବାରୁ ପିଲାମାନେ ଉତ୍ସୁକତାର ସହ ପରିଷ୍କାର ପରିଛନ ହୋଇ କାନ୍ଧରେ ବ୍ୟାଗ, ମୁହଁରେ ମାସ୍କ ଓ ବିଦ୍ୟାଳୟରେ ପ୍ରଵେଶ କରି ହାତରେ ସାନିଟାଇଜର ମାରି ବିଦ୍ୟାଳୟରେ ପ୍ରବେଶ କରି ସାଙ୍ଗ ସାଥିଙ୍କ ସହ ବିଦ୍ୟାଳୟ ପରିସରରେ ଖେଳିଥିଲେ ।ପରେ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହରେ ପଶି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ନାଚ ଓ ଗୀତରେ ସାଙ୍ଗସାଥି ମେଳରେ ସାମାଜିକ ଦୂରତାରେ ବସି ପାଠପଢି ଆନନ୍ଦ ପ୍ରକାଶ କରିଛନ୍ତି ।
ପ୍ରାଥମିକ ସ୍କୁଲ ଖୋଲିଲା : ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ !!!

