Site icon Awaj Media

ଇପିଏଫ୍ ପେନସନ ସଂଘର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱ୍ଵାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓଡ଼ିଶାରେ ଥିବା ଦୁଇ ଲକ୍ଷ ଇପିଏଫ ପେନସନ ଉପଭୋକ୍ତା ବରିଷ୍ଠ ନାଗରିକ ମାନଙ୍କୁ ପ୍ରତିନିଧିତ୍ଵ କରୁଥିବା ଅଲ୍ ଓଡିଶା ଇପିଏଫ ପେନସନ ଆସୋସିଏସନ୍ ର ରାଜ୍ୟ ପରିଷଦ ବୈଠକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସମ୍ମିଳନୀକୁ ଆସନ୍ତା ଏପ୍ରିଲ ମାସ ୪ ଓ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମ୍ମିଳନୀ ପୁରୀ ଠାରେ ଅନୁଷ୍ଠିତ ହେବ ଏବଂ ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ ୩୦୦ ପ୍ରତିନିଧି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ସମ୍ମିଳନୀରେ ଆସୋସିଏସନ୍ ତରଫରୁ ଏକ ସ୍ମରଣିକା ପ୍ରକାଶ ପାଇବ। ରଞ୍ଜନ ଖୁଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ସମେତ ସରୋଜକାନ୍ତ ମଲ୍ଲିକ, କଣ୍ଡୁରି ସୁବୁଦ୍ଧି, ମାୟାଧର ମଲ୍ଲିକ, ସଚ୍ଚିଦାନନ୍ଦ ସାମନ୍ତରାୟ, ବିକ୍ରମ ଛୋଟରାୟ, ରବୀନ୍ଦ୍ର ପରିଡା, ସଂଗ୍ରାମ ମହାପାତ୍ର, ପ୍ରଫୁଲ୍ଲ ଦାସ,ଶରତ ପାଣି, ରାଜ କିଶୋର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି, ବୁଲେଇ ବେହେରା, ଅଗାଧୁ ପ୍ରଧାନ, ପ୍ରମୋଦ ପଣ୍ଡା, ବିଜୟ ନାୟକ, ଅଲେଖ ରାଉତ, ଧୀରେନ୍ଦ୍ର ପ୍ରତାପ ଦାସ, ଜର୍ମାନ୍ ରାୟ, ଅଶୋକ ରାଉତରାୟ, ଵନମାଳି ବେହେରା, କୁମାରେନ୍ଦ୍ର ପଟ୍ଟନାୟକ ଓ ସୁରେଶ ତରାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Exit mobile version