Site icon Awaj Media

ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟରେ ଉତ୍କଳ କୃଷିମେଳା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇ ଦିନ ପାଇଁ ଉତ୍କଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଏମ୍ ଦେବେନ୍ଦ୍ର ରେଡ୍ଡି ଡୀନ ଏମ୍ ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଏମ୍ ସି ଡୋମିନିକ କୃଷି ଜାଗରଣ ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଭାଇସ ଚାନସେଲର ମୋହଦୟା ପ୍ରଫେସର ଡକ୍ଟର ସୁପ୍ରିୟା ପଟ୍ଟନାୟକ ଏବଂ ରେଜିଷ୍ଟାର ଡକ୍ଟର ଅନିତା ପାତ୍ର ଉପସ୍ଥିତ ଥିଲେ।ପ୍ରାୟ 500ରୁ ଅଧିକ ସ୍ଥାନୀୟ କୃଷକ ଭାଇ ଭଉଣୀ ଏହି ସଭାରେ ସାମିଲ ହୋଇଥିଲେ ।ମୁଖ୍ୟ ଅତିଥି ଚନ୍ଦ୍ର ଶେଖର ସାହୁ କୃଷି ଏବଂ କୃଷିର ମହତ୍ତ୍ୱ ବିଷୟରେ ଅଭିଭାଷଣ ଦେଇଥିଲେ। ଡକ୍ଟର ସୁପ୍ରିୟା ପଟ୍ଟନାୟକ କୃଷକ ମାନଙ୍କର ଉନ୍ନତି ଏବଂ ଆୟ ଦୁଇ ଗୁଣା କରିବା ଉପରେ ଅଭିଭାଷଣ ଦେଇଥିଲେ।ସମ୍ମାନନୀୟ ଶ୍ରୀ ଏମ୍ ସି ଡୋମିନିକ କୃଷକ ମାନଙ୍କୁ ଉଦ୍ୟୋଗୀ କରାଇବା ତାଙ୍କ ମୂଳ ଲକ୍ଷ୍ୟ ବୋଲି ଭାଷଣରେ କହିଥିଲେ। ଏହି ସଭାରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର 2 ଜଣ ପ୍ରଗତି ଶୀଳ ଚାଷୀଙ୍କୁ IFFCO ଇଫକୋ ମେନେଜର ଶ୍ରୀ ଏସ କେ ଚାଟାର୍ଜୀ ଦ୍ବାରା ସମ୍ମାନୀତ କରାଗଲା। ରେଜିଷ୍ଟାର ଡକ୍ଟର ଅନିତା ପାତ୍ର ଉପସ୍ଥିତ ସମସ୍ତ ବ୍ୟକ୍ତି ଵିଶେଷ ଙ୍କୁ କୃତଜ୍ଞତା ଜଣାଇଥିଲେ।ବିଶ୍ୱ ବିଦ୍ୟାଳୟ ତରଫରୁ କୃଷି ଉତ୍କର୍ଷ ପୁସ୍ତିକା ଉନ୍ମୋଚନ କରା ଯାଇଥିଲା।ସମସ୍ତ ଅତିଥି ଡକ୍ଟର ଏସ ପି ନନ୍ଦ,ଡୀନ ଏମ୍ ଏସ କୃଷି ବିଦ୍ୟାଳୟ ଏବଂ ଡକ୍ଟର ସୌରଭ ବରବନ ଙ୍କ ନିର୍ଦ୍ଦେଶ ରେ ଆୟୋଜିତ ହୋଇଥିବା 60 ଟି ଷ୍ଟଲ ପରିଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଡକ୍ଟର ଚିତ୍ରସେନ ପାଢ଼ୀ, ଡକ୍ଟର ସିଦ୍ଧାର୍ଥ ଶର୍ମା, ସମସ୍ତ ପ୍ରଫେସର କୃଷକ ଏବଂ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Exit mobile version