Site icon Awaj Media

ନୟାଗଡ଼ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି । ନୟାଗଡ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଚଣ୍ଡିବସ୍ତ ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ । ଏହା ପୁର୍ବରୁ ଶ୍ରୀଯୁକ୍ତ ସାହୁ ଭାଟସାହି ପଞ୍ଚାୟତ ର ସରପଞ୍ଚ ଥିଲେ । ସରପଞ୍ଚ ଥିବାବେଳେ ପଞ୍ଚାୟତ ବାସି ଙ୍କ ସେବା କରିବା , ମହାମାରୀ କରୋନା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିବା , ପଞ୍ଚାୟତ ବାସି ଙ୍କ ପାଇଁ ମାଗଣା ରେ ଆମ୍ବୁଲାନ୍ସ ଯୋଗାଇ ସେ ଜନ ସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ନୟାଗଡ଼ ବ୍ଲକ ର ୨୯ ପଞ୍ଚାୟତ ମଧ୍ୟରୁ ସମସ୍ତ ୨୯ ଜଣ ସମିତି ସଭ୍ୟ ଙ୍କ ସମର୍ଥନ ରେ କିଶୋର ଚନ୍ଦ୍ର ସାହୁ ଅପ୍ରତିଦ୍ଵନ୍ଦୀ ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Exit mobile version