Site icon Awaj Media

ପରମହଂସ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ତ୍ରିଲୋଚନ ପାତ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ତ୍ରିଲୋଚନ ପାତ୍ର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଜଣେ ଦକ୍ଷ କଳାକାର , ସୁବକ୍ତା, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ପୁରା ପଞ୍ଚାୟତରେ ପରିଚିତ । ସୂଚନାଯୋଗ୍ୟ ସେ ବହୁ ସାମାଜିକ , ସାଂସ୍କୃତିକ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ସେବାକାର୍ଯ୍ୟ, ରୋଗୀସେବା, କରୋନା ମହାମାରୀ ସମୟରେ ଜନ ସଚେତନତା, ପୂଜ୍ୟପୂଜା, ରକ୍ତଦାନ ଶିବିର ଆୟୋଜନ, ଗ୍ରାମାଂଚଳ ଶିଶୁ ପ୍ରତିଭା ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ,ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ପ୍ରଚେଷ୍ଟା ଆଦି ନାନାଦି ଜନ ହିତକର କାର୍ଯ୍ୟରେ ଦୀର୍ଘ ଦିନଧରି ସାଧନାରତ । ରାଜନୀତି କ୍ଷେତ୍ରରେ ନିଜକୁ ସାମିଲ କରି ନିଜ ଅଞ୍ଚଳର ସର୍ବାଙ୍ଗ ଉନ୍ନତି, ଶିକ୍ଷାର ବିକାଶ, କୃଷି ଓ କୃଷକ ଉନ୍ନତି, ପାନୀୟ ଜଳ ବ୍ୟବସ୍ଥା, ଗମନା ଗମନକୁ ଆହୁରି ସୁଦୃଢ କରିବା, ସ୍ୱାସ୍ଥ୍ୟ ବିଭାଗ ଉପରେ ସଂପୂର୍ଣ୍ଣ ବିକାଶ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଆଦି ବହୁ ଜନ ହିତକର ଯୋଜନା ସେ ପ୍ରସ୍ତୁତି କରିଛନ୍ତି ।

Exit mobile version