Site icon Awaj Media

ବାଲୁଗାଁ ବ୍ରାହ୍ମଣକୋଷଡିହ ଛକରେ ସଡ଼କ ଦୁର୍ଘଟଣା : ଦୁଇ ଗୁରୁତର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ବ୍ରାହ୍ମଣକୋଷଡିହ ଛକରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଯେଉଁଥିରେ ଏକାଧିକ ଆହତ ହୋଇଥିବାର ଖବର ମିଳିଛି । ଖବର ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ କୋରିଅର ପିକ ଭ୍ୟାନ ଯାଉଥିବା ବେଳେ ବ୍ରାହ୍ମଣକୋଷଡିହ ଛକରେ ଉକ୍ତ ଭ୍ୟାନଟିକୁ ପଛପଟୁ ଏକ ଶକ୍ତ ଧକ୍କା ଦେଇଥିଲା । ବୋଲେରୋ ଟି ମଧ୍ୟ ସମାନ ଦିଗରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଫଳରେ ଉଭୟ ଗାଡ଼ି ଜାତୀୟ ରାଜପଥରେ ପଲଟି ଯାଇଥିଲା । ବୋଲେରୋ ମଧ୍ୟରେ ଛୋଟ ବଡ଼ ସମୁଦାୟ ୧୪ ଜଣ ବ୍ୟକ୍ତି ଥିବା ବେଳେ କୋରିଅର ଗାଡ଼ିରେ କେବଳ ଗାଡ଼ି ଚାଳକ ଉପସ୍ଥିତ ଥିଲେ । ବର୍ତ୍ତମାନ ସମସ୍ତ ଆହତଙ୍କୁ ନିକଟସ୍ଥ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version