ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା ବିଜେଡି . ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ଵାଚନ ଲଢ଼ିଥିବା ବିଜେଡି ଦଳ ସମସ୍ତ ଜିଲ୍ଲା ପରିଷଦ ଆସନ ଏବଂ ଅଧ୍ୟକ୍ଷ ପଦ ହାତେଇ ନେଇଥିଲା . ଦଶପଲ୍ଲା ବିଜେଡ଼ି ଅଧିକ ରୁ ଅଧିକ ଶକ୍ତିଶାଳୀ ହୋଇଥିବା ବେଳେ ବର୍ତ୍ତମାନ ଦଶପଲ୍ଲା ରେ ଜୋର ଧରିଛି ଏନଏସି ନିର୍ବାଚନ ପ୍ରଚାର l ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ନିଜେ ଘର କୁ ଘର ବୁଲି ସମସ୍ତ ୱାର୍ଡ , ଅଧ୍ୟକ୍ଷା ପ୍ରାର୍ଥୀ ରାନୀ ବେହେରା ଏବଂ କାଉନସିଲର ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଭୋଟ ଭିକ୍ଷା କରୁଛନ୍ତି l ତେବେ ଏନଏସି ନିର୍ବାଚନରେ ଦଶପଲ୍ଲାରେ ବିଜେଡି, ବିଜେପି ଏବଂ ସ୍ୱାଧୀନ ମଧ୍ୟରେ ଲଢେଇ ଚାଲିଥିବା ବେଳେ କଂଗ୍ରେସ ର ପତା ନାହିଁ l ଦେଖିବାର କଥା ଆଗକୁ କଣ ହେଉଛି ଭୋଟ ବାକ୍ସ ହିଁ କହିବ , ଦଶପଲ୍ଲା ଏନଏସି ର ମଙ୍ଗ କିଏ ଧରୁଛି ??
ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସରଗରମ ବିଜେଡି ର ମାରାଥନ ପ୍ରଚାର !!!

