ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗ୍ରାମ୍ୟ ପରିବେଶରେ ପବିତ୍ର ଦୋଳ ପୂର୍ଣ୍ଣିମା ଓ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସ ସହକାରେ ଡମପଡା ବ୍କକ ର ବିଭିନ୍ନ ଗ୍ରାମରେ ପାଳିତ ହୋଇ ଯାଇଛି । ଓଡିଶାର ବହୁ ପ୍ରାଚୀନ ପରମ୍ପରା ହେଉଛି ଦୋଳଯାତ୍ରା । ଯାଦବ ଯାତିର ଲୋକମାନେ ଗୋମାତା ପୂଜା, ରାସ ଅଭିନୟ ସହ ଗଉଡବାଡି ଖେଳନ୍ତି । କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ ସମସ୍ତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ସରକାର ଅନୁମତି ଦେଇ ଥିବାରୁ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତ୍ରା ପରିବେଷଣର ଭରପୁର ଆନନ୍ଦ ନେଉଛନ୍ତି ଦର୍ଶକ ମାନେ । ଶନିବାର ର ନିଆରା ଭାଇଚାରାର ପର୍ବ ହୋଲିରେ ପରସ୍ପରକୁ ରଙ୍ଗ ମାରି ହୋଲି ଅଭିନନ୍ଦନ ଜଣାଉଥିବାର ଦେଖା ଯାଇଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ହେବାର ସମାଧାନ ସହିତ ଅଂଶୁଘାତରୁ ରକ୍ଷା ପାଇଁ କଇଁମୁଣ୍ତି ଓ ତାଳବସ୍ତ ଫାଣ୍ତି ତରଫରୁ ଛକ ବଜାର ଆଦିରେ ପେଟ୍ରୋଲିଙ୍ଗ କରା ଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ଡମପଡା ବ୍କକରେ ହୋଲି ପର୍ବ ପାଳିତ ହୋଇ ଯାଇଛି ।
ଡମପଡା ବ୍କକ ରେ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସରେ ପାଳିତ !!!

