Site icon Awaj Media

ଲକ୍ଷ୍ମୀ ନାରାୟଣୀ ରାଧାକୃଷ୍ଣ ମନ୍ଦିର କମିଟି ବରାଳ ପକ୍ଷରୁ ହୋଲି ଉତ୍ସବ ପାଳିତ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପବିତ୍ର ଦୋଳ ଓ ହୋଲି ଉତ୍ସବ ଅବସରରେ କଟକ ସଦର ୪୨ ମୌଜା ଲକ୍ଷ୍ମୀ ନାରାୟଣୀ ରାଧାକୃଷ୍ଣ ମନ୍ଦିର କମିଟି ବରାଳ ପକ୍ଷରୁ ଦୋଳ ମେଲଣ ସହ ହୋଲି ଖେଳ,ମେଣ୍ଢା କୁଡିଆ ପୋଡ଼ି,ଭାଗବତ ପାଠ,ପାଞ୍ଜି ପାଠ, ଗ୍ରାମ ଠାକୁରାଣୀଙ୍କ ନିକଟରେ ସମୂହ ଖିରି,ଭୋଗ ଖିଆ ଅନୁଷ୍ଠିତ ହୋଇ ପୂର୍ଣ୍ଣ ଭାଇଚାରା ଓ ପରମ୍ପରାର ଜୟଗାନ କରିଛନ୍ତି ସମସ୍ତ ଅଂଚଳ ବାସିନ୍ଦା । କମିଟିର ସଭାପତି ପୀତବାସ ବେଉରା,ଉପସଭାପତି ସୁଧାକର ଜେନା, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା,ସନାତନ ରାଉଳ, କଣ୍ଠଶିଳ୍ପୀ ସନାତନ ବେଉରା,ବିଶ୍ବରଂଜନ ଜେନା, ନାଟ୍ୟକାର ସୁଧାଂଶୁ ଶେଖର ବେଉରା,ଅରକ୍ଷିତ ଜେନା,ରମେଶ ବେଉରା,ଶଙ୍କର ବେଉରା, ବାଦ୍ୟକାର ଗୋପାଳ ବେଉରା,ଅରୁ, ସମୀର,ମଣ୍ଟୁ,ସୁରଜ,ବାସୁଆ, ଲିପୁନା,ପପୁନା,ବିକି,ଦିପୁ, ଯାନୁ,ଗୁଣ୍ଡୁ,ଲୁଲୁ,ପୀପା,ରୋନି,ବାପୁ,କୁନୁ, କାନା,ଟିମ ଆଦି ସଭ୍ୟ ବୃନ୍ଦ ବରାଳ ଗ୍ରାମ ପରିକ୍ରମା କରି ହୋଲି ଖେଳି ମିର୍ଯାଇପୁର ଠାରେ ଶେଷ କରି ଯମୁନା ସ୍ନାନ କରି ପରେ ସ୍ଵପ୍ନେସ୍ବର ମନ୍ଦିରରେ ହରିହର ଭେଟ ପୁଣି ଲକ୍ଷ୍ମୀନାରାୟଣ ମନ୍ଦିରରେ ସର ଲବଣୀ ଖାଇ ପୂଜାର୍ଚ୍ଚନା ପରେ ଭଗବାନ ମନ୍ଦିରରେ ପ୍ରବେଶ କଲେ ।

 

Exit mobile version