Site icon Awaj Media

ବେଙ୍ଗପାଟିଆ ଗ୍ରାମରେ ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳଗଡ଼ ବେଙ୍ଗପାଟିଆ ଗ୍ରାମରେ ପବିତ୍ର ଚୈତ୍ର ମାସରେ ବିଶ୍ୱଶାନ୍ତି ଯଜ୍ଞ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଅଛି ।ଉକ୍ତ ବିଶ୍ୱଶାନ୍ତି ଯଜ୍ଞ ଦ୍ୱାରା ଅଞ୍ଚଳରେ ଏକ ଶାନ୍ତି ବାତାବରଣ ସୃଷ୍ଟି ହୋଇଥିଲା । ପୂର୍ଵରୁ କରୋନା କଟକଣାରେ ଭକ୍ତ ଓ ଭଗବାନ ଙ୍କ ଭିତରେ ଦୀର୍ଘ ଦିନର ଦୂରତା ହୋଇଥିବା ବେଳେ ଏହି ବିଶ୍ୱଶାନ୍ତି ଯଜ୍ଞ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଏହି ଗ୍ରାମର ଯଜ୍ଞ କର୍ତ୍ତା ଶ୍ରୀ ଦୀପଙ୍କର ମଣ୍ଡଳ ଓ ତାଙ୍କ ସହ ଧର୍ମପତ୍ନୀ ଶ୍ରୀମତୀ ସୁନିତା ମଣ୍ଡଳଙ୍କ ସହ ଗ୍ରାମର ୧୦୮ ଜଣ ମହିଳା ସହ କଳସ ଧରି ଗାଁ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଁଚି ଥିଲେ ପରେ ଗାୟତ୍ରୀ ମନ୍ତ୍ର ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଛବାଟିଆ ଗାୟତ୍ରୀ ପ୍ରଜ୍ଞା ପୀଠ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଯୁବ ସଂଗଠନର କର୍ମକର୍ତ୍ତା ପଣ୍ଡିତ ରାଜେଶ କୁମାର ପଣ୍ଡା, ବଳରାମ ମହାପାତ୍ର, ସୂର୍ଯ୍ୟକାନ୍ତ ଲେଙ୍କା, ଶଙ୍କର ବେହେରା, ମାତା ସାବିତ୍ରୀ ସାହୁ, ଅନୁରାଧା ସାହୁ ସମସ୍ତ କାର୍ଯ୍ୟକ୍ରମ ସଂଚାଲନ କରିଥିଲେ, ପ୍ରଥମ ଦିବସ ରେ ନାରୀ ଜାଗରଣ, ଶୁଭ ମଙ୍ଗଳ କଳସ ଯାତ୍ରା, ପ୍ରଜ୍ଞା ପୁରାଣ କଥା ସତସଙ୍ଗ ସେହିପରି ଦ୍ୱିତୀୟ ଦିବସ ରେ ଅଖଣ୍ଡ ଜପ, ପଞ୍ଚ କୁଣ୍ଡିୟ ଗାୟତ୍ରୀ ନାମ ଯଜ୍ଞ, ପୂର୍ଣ୍ଣାହୁତି ଶେଷରେ ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ। ଏହି ଯଜ୍ଞ ରେ ହୋମ କର୍ତ୍ତା ଭବ ସିନ୍ଧୁ ମଣ୍ଡଳ, ଜଗବନ୍ଧୁ ମଣ୍ଡଳ, ଅଲେଖ ମଣ୍ଡଳ, ଅଭିରାମ ବିଶ୍ୱାସ ସମ୍ପୂର୍ଣ କରିଥିବା ବେଳେ ଡିଏଲ ଚନ୍ଦ୍ର ମିର୍ଧା, ରାଜା, ସୁନୀଲ, ମୃତୁଞ୍ଜୟ, ଗୋବିନ୍ଦ, ଗୁନିଆ ଆଦି ଭକ୍ତଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ଓ ଭକ୍ତି ମୟ ପରିବେଶ ରେ ସମାପନ ହୋଇଥିଲା ।

Exit mobile version