ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳା, ସାହିତ୍ୟ ଓ ସଂସ୍କୃତିର ପୀଠ ହେଉଛି ବାଙ୍କୀ । ଓଡିଆ ନାଟ୍ୟ ସାହିତ୍ୟକୁ ବାଙ୍କୀ ମାଟିର ବରପୁତ୍ର ସ୍ୱର୍ଗତ ପ୍ରାଣବନ୍ଧୁ କର, ଅଭିନେତା ହେମନ୍ତ ଦାସ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କର ବହୁ ଅବଦାନ ରହିଛି । ସେହି ମାନଙ୍କର ପଦଚିହ୍ନର ସ୍ଵାକ୍ଷରକୁ ଆଜିର ଯୁବପିଢି ମଧ୍ୟ ଆଗେଇ ନେଇ ପ୍ରଶଂସାର ପ୍ରାପ୍ତ ହୋଇ ପାରିଛନ୍ତି । ବାଙ୍କୀ ଡମପଡା ବ୍କକ ଅନ୍ତର୍ଗତ ନିସ୍ତିପୁର ର ଇଶାନେଶ୍ବର ନାଟ୍ୟ ସଂସଦର କଳାକାରଙ୍କ ତରଫରୁ ପବିତ୍ର ଅମାବାସ୍ୟାରେ ନାଟକ – ବଦନାମ ହେଲି ତୋରି ପାଇଁ ମଞ୍ଚସ୍ଥ ହୋଇଯାଇଛି । ପୁନର୍ବାର ସେହି ନାଟକଟିକୁ ଜଗତସିଂହପୁର ଜିଲ୍ଲାର ଏରସମାରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ୟାମସୁନ୍ଦର ଜିୟୁ ନାଟକ ମହୋତ୍ସବରେ ମଞ୍ଚସ୍ଥ କରିଥିଲେ । ଉକ୍ତ ନାଟକଟି ସେହି ଠାରେ ୨ ୟ ସ୍ଥାନ ଅଧିକାର କରି ନଗଦ ଟଙ୍କା ଓ କପ୍ ପ୍ରାପ୍ତି ସହ ପୁରସ୍କୃତ ହୋଇଛନ୍ତି । ଯାହା ବାଙ୍କୀ ମାଟି ପାଇଁ ଗର୍ବ ଗୌରବ ଆଣି ଦେଇଛି । ଯୁବ କଳାକାର ଅସିତ ଜେନାଙ୍କ ଉପଦେଷ୍ଟାରେ ଇଶାନେଶ୍ବର ନାଟ୍ୟ ସଂସଦ ଗ୍ରାମାଞ୍ଚଳ ଭିତିରେ ପ୍ରତିବର୍ଷ ନିୟମିତ ନାଟକ ମଂଚସ୍ଥ କରିବାରେ ବାଙ୍କୀ ଅଂଚଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ନାଟକଟିର ନିର୍ଦ୍ଦେଶକ ବୁଲୁ ବିଶ୍ବାଳ ,ସମସ୍ତ କଳାକାର ଏବଂ ସଂଗୀତ ନିର୍ଦ୍ଦେଶକ ମନୋଜ ସାରଙ୍କୁ ମଧ୍ୟ ଜଗଚସିଂହପୁର ଜିଲ୍ଲାରେ ସଂବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁର ଜିଲ୍ଲା ନାଟକ ପ୍ରତିଯୋଗିତାରେ ବାଙ୍କୀ କଳାକାର ପୁରସ୍କୃତ !!!

