Site icon Awaj Media

ବିଶ୍ଵ ଦରବାରରେ ଶ୍ରେଷ୍ଠ ବ୍ୟଞ୍ଜନ ପଖାଳ ଭାତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଗତି ମହିଳା ସଙ୍ଘଠନ ଏବଂ ନେହେରୁ ଯୁବ କେନ୍ଦ୍ର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟର ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି।ପଖାଳର ମହତ୍ତ୍ୱ ରୁଚି ଆବଶ୍ୟକତା ଏବଂ ସୁଲଭ ସ୍ୱାସ୍ଥ୍ୟ ଉପଯୋଗୀତା ତଥା ବୈଜ୍ଞାନିକ ଦୃଷ୍ଟି କୋଣରୁ ପଖାଳ ଏକ ମୃଦୁ ରୁଚି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ବିଖ୍ୟାତ ।

ଏହି ସମ୍ପର୍କରେ ଉପସ୍ଥିତ ଵକ୍ତାଙ୍କ ମନ୍ତବ୍ୟ ଧ୍ୟାନ ଯୋଗ୍ୟ। ସମ୍ପାଦିକା ତନୁଜା ଶତପଥୀ ପ୍ରାକ ସୂଚନା ଦେବା ପରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲାର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ପରିଚାଳନାରେ ଅନୁଷ୍ଠିତ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ଏବଂ ବିଶ୍ୱ ଦରବାରରେ ପଖାଳ ବ୍ୟବହୃତ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀମତି ସୁଲତା ଶୁଭ ଦର୍ଶିନି,ସ୍ୱତନ୍ତ୍ର ଅତିଥି ଶ୍ରୀ ବିଜୟ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଶ୍ୱେତା ପଟ୍ଟନାୟକ, ସଂମ୍ମାନୀତ ଅତିଥି ଶ୍ରୀମତି କଳ୍ପନା ପଟ୍ଟନାୟକ ସଂଯୋଜକ ଲୋକ ନାଥ ମିଶ୍ର, ଶ୍ରୀମତି ମମତା ପାଢ଼ୀ, ଭଗବତ ପାଢ଼ୀ, ଶ୍ରୀମତି ସୁଜାତା ନନ୍ଦ, ସୁଶ୍ରୀ ମୋହିନୀ ପ୍ରଧାନ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।ସଭାନେତ୍ରୀ ସୁଶ୍ରୀ ଡି. ପ୍ରିୟଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version