Site icon Awaj Media

ବିଶ୍ୱ ବନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଞ୍ଚଳିକ ସମ୍ବଳ ତାଲିମ କେନ୍ଦ୍ର ଠାରେ ବିଶ୍ୱ ବନ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳ ବେହେରା, ବନଖଣ୍ଡ ଅଧିକାରୀ ସଂଗ୍ରାମ ଶେଖର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଏସିଏଫ ଗୌରୀ ପ୍ରସାଦ ରଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଶ୍ୱ ବନ ଦିବସରେ ଆଜିର ବିଷୟ ବସ୍ତୁ ଥିଲା ଜଙ୍ଗଲର ପୁନରୁଦ୍ଧାର ଓ ପରିଚାଳନା । ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକର ଦେଉଳା ଉଚ୍ଚ ବିଦ୍ୟାଳୟ ବୃକ୍ଷ ରୋପଣ କରିଥିବା ରୁ ଦଶ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଳକର ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ବନ ସୁରକ୍ଷା ସମିତି ସଭାପତି ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସ୍ତରୀୟ ଫକ୍ସସନ ଲାଇଭ ସୋ ଅନୁଷ୍ଠିତ ହୋଇଥିଲା ।

Exit mobile version