କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ପ୍ରସାର ଚାଲିଥିବା ବେଳେ ଏହି ପୌର ପରିଷଦ ୪ନମ୍ବର ୱାର୍ଡ ର ସ୍ୱାଧୀନ ପ୍ରାର୍ଥୀନୀ ଭାବେ ଶୁଭଶ୍ରୀ ନିବେଦିତା ସ୍ୱାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେ ତାଙ୍କ ନିର୍ବଚନୀ ପ୍ରଚାର ରେ ବାହାରିବା ବେଳେ ଶତାଧିକ ଲୋକ ରହି ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସ୍ୱାମୀ ଗତ ପୂର୍ବ ପୌର ନିର୍ବାଚନ ରେ ବିଜେଡ଼ି ଦଳ ପକ୍ଷରୁ ଲଢେଇ କରି ଦୁଇ ଦୁଇ ଥର ବିଜୟ ହାସଲ କରିଥିଲେ । ସେ ତାଙ୍କ କାର୍ଯ୍ୟକାଳ ଭିତରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଗୁଡ଼ିକ ପୁରଣ କରି ଲୋକ ମାନଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି । ଚଳିତ ପୌର ନିର୍ବାଚନରେ କୌଣସି କାରଣ ରୁ ବିଜେଡ଼ି ଦଳ ପକ୍ଷରୁ ଟିକେଟ ନ ମିଳିବା ରୁ ଲୋକମାନେ କହିବା ଅନୁଯାୟୀ ଶୁଭଶ୍ରୀ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କୁ ଏହି ନିର୍ବାଚନ ରେ ସମସ୍ତ ଭୋଟର ମାନେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ୱାର୍ଡ ବାସୀ ପ୍ରକାଶ କରିଛନ୍ତି ।
ପୌର ପରିଷଦ ନିର୍ବାଚନ ପ୍ରଚାର ମୈଦାନରେ ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା !!!

