ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ଦ୍ୱାରା ପାନୀୟ ଜଳ ଯୋଗାଣ କେନ୍ଦ୍ର ର ଶୁଭାରମ୍ଭ . ରାଜଧାନୀର ଗାନ୍ଧୀ ମାର୍ଗ ସ୍ଥିତ ଲୋୟର ପିଏମଜିରେ ବିଶ୍ୱ ଜଳ ଦିବସ ଅବସରରେ ଏହି ଜଳଦାନ କେନ୍ଦ୍ରର ଶୁଭାରମ୍ଭ ହୋଇଛି . ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ଧାରଣା ସ୍ଥଳ ଠାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ଗ୍ରୀଷ୍ମ ପ୍ରବାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି । ପ୍ରତେକ ଦିନ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୪ ଟା ପଯ୍ୟନ୍ତ ପଥଚାରୀ ମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ।
ବର୍ତ୍ତମାନ ସମୟରେ ମଧୁର ପାନୀୟ ଜଳର ଆବଶ୍ୟକତା କୁ ଲକ୍ଷ୍ୟ ରଖି ଜଳ ଅପଚୟ କୁ ରୋକିବା ଏବଂ ଏଥି ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ବାର୍ତ୍ତା ମଧ୍ୟ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା ଜଳଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଲକ୍ଷ୍ମଣ ଦାଶ, ନିରଞ୍ଜନ ସାହୁ, ବୈଲୋଚନ ସାହୁ , ସୁକାନ୍ତ ମହାନ୍ତି, ଜୟପ୍ରଦା ସାମନ୍ତରାୟ, ଲିମା ସାହୁ, ସାମନ୍ତ ଦିବ୍ୟାରତ୍ନା ନାୟକ, ଲିଙ୍କନ ଜେନା, ବନଜା ବାସିନି ତ୍ରିପାଠୀ, ଦୀନବନ୍ଧୁ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସହିତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

