ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ରେ ନୂତନ କରି ସରପଞ୍ଚ ଓ ସମିତି ସଭ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ନବ ନିର୍ବାଚିତ ଜନ ପ୍ରତିନିଧି . ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ଖଟୁଆ ଓ ସମିତିସଭ୍ୟ ପ୍ରତାପ କୁମାର ମହାପାତ୍ର ବିଧିବଦ୍ଧ ଭାବରେ ହରିପୁର ଗ୍ରାମପଞ୍ଚାୟତ ରେ ପୂଜାର୍ଚନା କରିବା ସହ ନୂତନ କରି ଦାୟିତ୍ୱ ନେଇଛନ୍ତି . ଆଜି ନୂତନ ସରପଞ୍ଚ ଓ ସମିତି ସଭ୍ୟ କୁ ସ୍ୱାଗତ କରିବାପାଇଁ ହରିପୁର ଗ୍ରାମ ପଞ୍ଚାୟତ ର ଯୁବ ସମାଜସେବୀ ସୁବାସ ନାୟକ, ଲଡୁକିଶ୍ୱର ପଣ୍ଡା ଏବଂ କିଛି ଗ୍ରାମ ପଞ୍ଚାୟତ ର ଅଧିବାସୀ ମାନେ ଆଗେଇ ଆସିଥିଲେ ||
ଦାୟିତ୍ୱ ନେଲେ ଯୁବ ସରପଞ୍ଚ ଓ ସମିତିସଭ୍ୟ : ହରିପୁର ଗ୍ରାମପଞ୍ଚାୟତ !!!!

