Site icon Awaj Media

ଆଗ୍ରହ ଉତ୍ସାହର ସହିତ ମତଦାନ କଲେ ବାଙ୍କୀ ର ଭୋଟର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମ୍ପନ୍ନ ହୋଇଛି ବାଙ୍କୀ ଏନଏସି ନିର୍ବାଚନ . ବାଙ୍କୀ ଅଧିସୂଚିତ କ୍ଷେତ୍ର ପରିଷଦର ୧୭ ଟି ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ଏବଂ ଅଧ୍ୟକ୍ଷ ପଦ ପାଇଁ ମତଦାନ କରିଛନ୍ତି ବାଙ୍କୀ ଭୋଟର . ବାଙ୍କୀ ପୁଲିସ ପ୍ରଶାସନ ତରଫରୁ ଅବାଧ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ହୋଇଥିଲା . ବିଗତ ଦିନର ପଞ୍ଚାୟତ ନିର୍ବାଚନ ଫଳାଫଳ କୁ ଆଧାର କଲେ ବାଙ୍କୀ ରେ ଶାସକ ଦଳର ଦବଦବା ରହିବ ବୋଲି କିଛି ନେତା କହୁଥିବା ସମୟରେ ଅଧ୍ୟକ୍ଷ ପଦ ପାଇଁ ଜନମତ କାହା ସପକ୍ଷରେ ଯିବ ତାହା ଗଣତି ପରେ ହିଁ ସ୍ପଷ୍ଟ ହେବ . ତେବେ କିପରି ରହିଥିଲା ନିର୍ବାଚନ ପରିଚାଳନା ବ୍ୟବସ୍ଥା ସେ ସମ୍ପର୍କରେ ସୂଚନା ଦେଇଥିଲେ ଅଧିକାରୀ . ଚଳିତ ପୌର ଲଢେଇ ରେ ମତଦାନ ହାର ବେଶ ସନ୍ତୋଷଜନକ ଥିବା ସମୟରେ ଲୋକେ ମଧ୍ୟ ବେଶ ଉତ୍ସାହର ସହିତ ନିଜର ଭୋଟ ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା . ଗୋଟିଏ ଦିନର ବ୍ୟବଧାନ ପରେ ସାମନାକୁ ଆସିବ ଜନମତର ସ୍ୱରୂପ . କିଏ କରିବ ବାଜିମାତ , କେଉଁ ଦଳ ହାତେଇବ କ୍ଷମତା ତାହାକୁ ସମସ୍ତଙ୍କ ଅପେକ୍ଷା .

Exit mobile version