Site icon Awaj Media

ସଖୀ – ୱାନଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଖୀ – ୱାନଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନେ ଯୋଗଦେଇ ସ୍ୱଚ୍ଛତା ସମ୍ବନ୍ଧୀୟ ବୈଠକ ଓ ସଚେତନତା କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ଯୋଗଦେଇ ଅଧ୍ୟକ୍ଷତା କରିଥିବା ବେଳେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଅଳକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଏହାସର ଉପସ୍ଥିତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଅଂଶ ଗ୍ରହଣ କରି ଆୟୋଜିତ କାର୍ଯ୍ୟକ୍ରମ ସ୍ୱଚ୍ଛତା ପଖୱାଡାର ବିଷୟରେ ପଚାରି ବୁଝିଥିଲେ ଓ କାର୍ଯ୍ୟକାରୀ କରିବା ପାଇଁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୱାନଷ୍ଟପ କେନ୍ଦ୍ରର ମୁଖ୍ୟ ପ୍ରଶାସିକା ଭାଗ୍ୟଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ । ବୈଠକ ଶେଷରେ ମହିଳା ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀ ଏବଂ ସଖୀ ୱାନଷ୍ଟପ ସେଣ୍ଟରର ମୀନା କୁମାରୀ ଟହଲ, ଅନୀତା ମିଶ୍ର, ମଞ୍ଜୁଳା ଚୈଧୁରୀ, ସୁପ୍ରଭା ସାହୁ, ପ୍ରଣତୀ ଦାସ, ମୋହିନୀ ପ୍ରଧାନ, ମୋନାଲିସା ବେହେରା, ପି.ଯୋଗେଶ୍ୱରୀ, ଦିବ୍ୟ କୁମାର ସୁଆର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସର କୁ ସଫା ସୁତରା କରି ଆବର୍ଜନା ଗୁଡିକୁ ପୋଡି ନଷ୍ଟ କରି ପରିବେଶକୁ ସ୍ୱଚ୍ଛତାର ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୁପ୍ରଭା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version