ବନବିଭାଗ କର୍ମଚାରୀଙ୍କୁ ଜୟଦେବ ଭବନ ଠାରେ କରାଗଲା ସମ୍ବର୍ଦ୍ଧିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବନଖଣ୍ଡ ତଥା ଦେବଗିରି ବନାଞ୍ଚଳରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ଶିବରାମ ସାବତ ଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ପାଳନ ଅବସରରେ କରାଯାଇଛି ସମ୍ବର୍ଦ୍ଧିତ . ରାଜ୍ୟ ସ୍ତରୀୟ ସମ୍ମାନ ପ୍ରଦାନ ସହିତ ଶ୍ରୀ ସାବତ ଙ୍କୁ ମାନପତ୍ର ମେଡାଲ ଏବଂ ଦଶ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି । ବିଶ୍ୱ ବନ ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିବା ରାଜ୍ୟ ଜଙ୍ଗଲ ବିଭାଗ ସଚିବ ଶ୍ରୀମତୀ ଡ. ମୋନା ଶର୍ମା , ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ , ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱବାଧାକ ଶ୍ରୀ ସସି ପାଲ , ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଓଁ ପ୍ରକାଶ ସିଂ ପ୍ରମୁଖ ଙ୍କ ଉପସ୍ଥିତରେ ସମ୍ମାନସ୍ୱଦ ରାଜ୍ୟ ସ୍ତରୀୟ ପୁରସ୍କାର ଶ୍ରୀ ସାବତ ଙ୍କୁ ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି ଶିବରାମ ସାବତ 2007 ମସିହାରେ ବନ ବିଭାଗ ରେ ଜଣେ ବିଟ୍ଅ ଫିସର୍ ଭାବେ କାର୍ଯ୍ୟ ରେ ଯୋଗ ଦେଇଥିଲେ . ସେ 2007 ରୁ 2022 ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ବନଖଣ୍ଡର ମୋହନା, କାଶିନଗର ଓ ପାରଳାଖେମୁଣ୍ଡି ରେଞ୍ଜରେ ବନ୍ୟଜନ୍ତୁ ସଂରକ୍ଷଣ, ଚାରା ପ୍ରସ୍ତୁତି କାର୍ଯ୍ୟ, ପ୍ଲାଣ୍ଟେସନ ଓ ପାରଳାଖେମୁଣ୍ଡି ତତ୍ ସଂଲଗ୍ନ ଆନ୍ଧ୍ର-ଓଡିଶା ସୀମାନ୍ତରେ ଚୋରାକାଠ ଚାଲାଣକୁ ବନ୍ଦ କରି ସର୍ବାଧିକ ଗାଡି ଜବତଏବଂ ଆସାମୀ କୁ କୋର୍ଟ ଚାଲାଣ କରି କର୍ତ୍ତବ୍ୟ ପରାୟଣ ଭାବେ ସୁଚାରୁ ରୁପେ ନିଜ ବିଭାଗରେ କାର୍ଯ୍ୟ ତୁଲାଇ ଥିଲେ । ତତ୍ ସଙ୍ଗେ ସଙ୍ଗେ ଚନ୍ଦନ ଓ ରକ୍ତଚନ୍ଦନ ଚୋରା ଚାଲାଣ ବେଳେ ସକ୍ରିୟ ଭୂମିକା ରେ ଦୁଃସାହସିକ କାର୍ଯ୍ୟ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜଣେ ସଚ୍ଚୋଟ, ନିଷ୍ଠାବାନ, ଦକ୍ଷ କର୍ମଚାରୀ ଭାବେ ଜଙ୍ଗଲ ସୁରକ୍ଷା ,ବନ ସଂରକ୍ଷଣ ଦାୟୀତ୍ୱ କୃତିତ୍ୱର ସହ ତୁଲାଇ ଥିବାରୁ ସେ ଅନେକଙ୍କ ମଧ୍ୟରେ ଜଣେ ଆଜି ରାଜ୍ୟ ସ୍ତରୀୟ ସମ୍ମାନସ୍ୱଦ ପୃରସ୍କାର ପ୍ରାପ୍ତ କରିଛନ୍ତି । ଯାହାକି ଗଜପତି ଜିଲ୍ଲା ପାଇଁ ଗୌରବ ର କାରଣ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା , ଏସିଏଫ୍ ଗୌରୀପ୍ରସାଦ ରଥ ଓ ଡିଭିଜନର ସମସ୍ତ କର୍ମଚାରୀ ଶିବରାମ ସାବତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Leave a Reply

Your email address will not be published. Required fields are marked *