Site icon Awaj Media

ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସମ୍ବର୍ଦ୍ଧିତ !!!!

Spread the love

କଟକ ସଦର ( ଆଓ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ସଭାପତି ଯୁବ ସମାଜସେବୀ , ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଉଲ୍ଲେଖନୀୟ କୃତିତ୍ୱ ଏବଂ ଅନନ୍ୟ ସେଵାର ସ୍ୱୀକୃତି ସ୍ୱରୂପ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ କଟକ ବୟାଳିଶ ମୌଜା ଉପକଣ୍ଠ ବଳିବାମନ ପୀଠରେ ଅନୁଷ୍ଠିତ ହୋଇଥିବା ସାରସ୍ୱତ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ରରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମାନ ପରିଷଦ ପକ୍ଷରୁ ସଭାପତି ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସାଦରେ ଗ୍ରହଣ କରିଥିଲେ । ପରିଷଦର ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଙ୍କ ସହ ସମ୍ପାଦକ ଅଶୋକ ପଟ୍ଟନାୟକ, ନାଟ୍ୟକାର ଦୈତାରି ପ୍ରଧାନ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ସମାଜସେବୀ ପ୍ରଲୋପ ମହାପାତ୍ର, ଗୁରୁଜୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version