Site icon Awaj Media

ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡିର ବାଜିମାତ : ପୌର ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ନିର୍ମଳା ସେଠୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ବିଜେଡି ଅକ୍ତିଆର କରିଛି । ପାରଳା ପୌର ପରିଷଦ ରେ ବିଜେଡି ପାର୍ଥିନୀ ନିର୍ମଳା ସେଠୀ ତେର ହଜାର ତିନି ଶହ ଅଶୀ ଭୋଟ ପାଇ ନିକଟ ବିଜେପି ପାର୍ଥିନୀ ଏମ୍ ରାଜେଶ୍ୱରୀଙ୍କୁ 6 ହଜାର ଭୋଟରେ ପରାଜୟ କରିଛନ୍ତି । ବିଜେପି ପାର୍ଥିନୀ 7380 ଭୋଟ ପାଇ ବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପାର୍ଥିନୀ ଖଗେଶ୍ଵରୀ ବେହେରା ମାତ୍ର 772 ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଛନ୍ତି । ପାରଳାଖେମୁଣ୍ଡି ପୌର ପାଳିକାର ମୋଟ 16 ଟି ୱାଡ଼ ରୁ 14 ଟି ୱାଡ଼ ରେ ବିଜେଡି କାଉନସିଲର ଓ 2 ଟି ୱାଡ଼ ରେ ବିଜେପି କାଉନସିଲର ବିଜୟୀ ହୋଇଥିବା ଜଣାପଡ଼ିଛି । ବିଜେଡି କର୍ମୀ ନେତା ପୁଷ୍ପ ଗୁଚ୍ଛ ପୁଷ୍ପମାଲ୍ୟ ଦେଇ ନଵ ନିର୍ବାଚିତ ପୌର ଅଧ୍ୟକ୍ଷ। ଓ 14 ଟି ୱାଡ଼ ର କାଉନସିଲର କୁ ସ୍ୱାଗତ କରିଥିଲେ । ପରେ ସହରରେ ଏକ ପଟୁଆରରେ ବାହାରି ବିଜୁବାବୁ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିତିବା ପରେ ନଵ ନିର୍ବାଚିତ ପୌର ଅଧ୍ୟକ୍ଷ। ନିର୍ମଳା ସେଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ, ବିଜେଡି କର୍ମୀ ଓ ପାରଳାଖେମୁଣ୍ଡି ସହର ବାସୀଙ୍କ ସହଯୋଗ ଦ୍ୱାରା ମୁଁ ନିର୍ବାଚିତ ହୋଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଯୋଜନା ଲୋକଙ୍କ ଠାରେ ପହଞ୍ଚାଇବି , କିପରି ଭାବରେ ସମସ୍ତ ଲୋକାଭିମୁଖୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ତା ଉପରେ ଗୁରୁତ୍ୱାରୋପ କରାଯିବ । ଏହି କାର୍ଯ୍ୟକ୍ରମରେ ଡକ୍ଟର ତିରୁପତି ପାଣିଗ୍ରାହୀ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡି ବରିଷ୍ଠ ନେତା ବସନ୍ତ ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ, ଏନ ଶଙ୍କରି, ଜାମାଦାର ପଟ୍ଟନାୟକଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Exit mobile version