ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅରୁଣାଞ୍ଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନୋଟି ଅନାଥ ଶିଶୁ ଙ୍କୁ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା . ପ୍ରକାଶ ଥାଉ କି ଗଜପତି ଜିଲ୍ଲାର ଏକ ଦମ୍ଫତ୍ତି ଅରୁଣାଞ୍ଚଳ ପ୍ରଦେଶରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ସହ ତାଙ୍କର ତିନୋଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ 4 , 6 , 8 ବର୍ଷ . କୋଭିଡ଼-19 ପୂର୍ବରୁ ଶିଶୁଙ୍କର ମାଆ ସୁମି ରାଇକା ମୃତ୍ୟୁ ବରଣ କରିଥିବା ବେଳେ ପିତା ବିଜୟ ରାଇକା 2021 ଅରୁଣାଞ୍ଚଳ ପ୍ରଦେଶରେ କୋଭିଡ଼ ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତି ଅଞ୍ଚଳର । ଏହି ପିଲା ମାନଙ୍କୁ ଅରୁଣାଞ୍ଚଳ ପ୍ରଦେଶର ଉପର ସିଆଂ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ସେଠାରେ ଥିବା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରିଲା ପରେ ସେମାନଙ୍କୁ ପି.ଏମ୍ .କେୟାର ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଯତ୍ନ ନେବା ସହ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସମନ୍ୱୟ ଶିଶୁ ସୁରକ୍ଷା ଯୋଜନାର ନିର୍ଦ୍ଦେଶବଳୀ ଅନୁସାରେ ଶିଶୁ ମାନଙ୍କୁ ଆଣି ଉପର ସିଆଂ ଜିଲ୍ଲା ପ୍ରଶାସନ ଗଜପତି ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି ଗଜପତିରେ ଉପସ୍ଥାପନ କରି ସାରିଲା ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ ରେ ବର୍ତ୍ତମାନ ବଡ଼ ଦୁଇ ଝିଅ ଜିଲ୍ଲାରେ ଏକମାତ୍ର ଥିବା ଝିଅ ମାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ପ୍ରାଇଡ଼ ରେ ରହି ଆସୁଥିବା ବେଳେ ଅନ୍ୟ ଝିଅ ଟି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରେ ରହି ଆସୁଛି । ଯେହେତୁ ବଡ଼ ଦୁଇଟି ଝିଅ ଓଡ଼ିଆ ଲେଖିବା, କହିବା ଏବଂ ପଢ଼ିବା ଜାଣି ନାହାଁନ୍ତି ଓ ହିନ୍ଦୀ କହୁଛନ୍ତି ସେଥିପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସେମାନଙ୍କୁ ଅନ୍ୱେଷ। ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଲା ମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ୱାରା ପିତାମାତା ଦେବା ପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।
ଅରୁଣାଞ୍ଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନୋଟି ଅନାଥ ଶିଶୁ ଙ୍କୁ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କଲା !!!

