Site icon Awaj Media

ବାଲିଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ : ସଭାପତି ହେଲେ ହରିଶ୍ଚନ୍ଦ୍ର , ସମ୍ପାଦକ ହେଲେ କ୍ଷମା ସାଗର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ଆଗାମୀ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ , ଉପ-ସଭାପତି ଭାବେ ଅନିଲ କୁମାର ଦାସ , ସମ୍ପାଦକ ଭାବେ କ୍ଷମା ସାଗର ପ୍ରଧାନ, ସହ ସମ୍ପାଦକ ଭାବେ ଚିତ୍ତରଞ୍ଜନ ନାୟକ, କୋଷାଧ୍ୟକ୍ଷ ଭାବେ ଶିରୀଶ କୁମାର ପ୍ରଧାନ, ପାଠାଗାର ସମ୍ପାଦକ ଭାବେ ରମାକାନ୍ତ ସାହୁ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ପଦ୍ମଚରଣ ପଣ୍ଡା, ସୁରେଶ କୁମାର ପଟ୍ଟନାୟକ, ମାନସ ରଞ୍ଜନ ସିଂ, ସୁରେନ୍ଦ୍ର କୁମାର ପାତ୍ର, ସେକ ସାଦିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l ଏଥିରେ ବାଲିଗୁଡା ଓକିଲ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Exit mobile version