Site icon Awaj Media

ଦେଉଳି ସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠ – ୧୯୮୩ ବ୍ୟାଚର ବନ୍ଧୁ ମିଳନ : ପୁରୁଣା ଦିନର ସ୍ମୃତି ରେ ବିଭୋର ହେଲେ ସମସ୍ତେ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜ଼ା ଉପକଣ୍ଠ ବାଲୁଙ୍କେଶ୍ୱର ବିଦ୍ୟାପୀଠ, ଦେଉଳିର ୧୯୮୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଓ ସେ ସମୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବର୍ତ୍ତମାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାପୀଠ ପ୍ରାଙ୍ଗଣରେ ମିଳନ ମହୋତ୍ସବ ତାରୁଣ୍ୟ ତେୟାଅଶି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଦିବଂଗତ ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପାର୍ଥନା କରାଯାଇଥିଲା । ସଭା ମଞ୍ଚରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଓ ଦିବଂଗତ ଗୁରୁ ପୂଜ୍ୟପାଦ ଲୋକନାଥ ବାରିକଙ୍କୁ ସଭାପତି ଆସନରେ ବସାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଗୁରୁ ବନ୍ଦନା ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁରାତନ ଛାତ୍ର ସନ୍ତୋଷ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଆଲୋକ କୁମାର ପତି, ସଞ୍ଜୟ କୁମାର ମହାପାତ୍ର ଓ ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ କୁମାର ମାଝୀ ଏ ବିଦ୍ୟାଳୟ ଛାତ୍ର ଅତୀତର ସ୍ମୃତିକୁ ମନେ ପକାଇ ଗୁରୁ ଓ ଛାତ୍ରଛାତ୍ରୀଙ୍କ କଥା ଓ ଶିକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂରାତନ ଶିକ୍ଷକ କିଶୋର କୁମାର ପଣ୍ଡା, କୁଳମଣି ବେଉରା, ସୂର୍ଯ୍ୟମଣି ପରିଜା, ପ୍ରହଲ୍ଲାଦ ପତି, ନୃସିଂହ ଚରଣ ପଣ୍ଡା, ନାରାୟଣ ସାହୁ, ବ୍ରଜକିଶୋର ସିନ୍ହା, ସଦାଶିବ ମହାରଣା, ଶୈଳେନ୍ଦ୍ର କୁମାର ନାୟକ, ସ୍ୱର୍ଗତ ଗୁରୁ ବନମାଳୀ ମହାରଣାଙ୍କ ଧର୍ମପତ୍ନୀ ଓ ବିଜୟ ରାମ ବେଉରା ପ୍ରମୁଖ ଉପସ୍ଥିତ ରହି ବିତି ଯାଇଥିବା ୪୦ ବର୍ଷକୁ ମନେ ପକାଇ ଆତ୍ମ ବିଭୋର ହୋଇ ଯାଇଥିଲେ । ସ୍ୱର୍ଗତ ପ୍ରଧାନ ଶିକ୍ଷକ ଲୋକନାଥ ବାରିକ, ଶରତ ଚନ୍ଦ୍ର ମହାପାତ୍ର, ବନମାଳୀ ମହାରଣା, ପିଅନ କୃଷ୍ଣଚନ୍ଦ୍ର ଖଟୁଆ ଓ ନୃସିଂହ ଚନ୍ଦ୍ର ନାୟକଙ୍କ କଥା ଓ କାର୍ଯ୍ୟକୁ ମନେ ପକାଇ ତାରୁଣ୍ୟ ତେୟାଅଶିକୁ ଆଶିର୍ବାଦ କରିଥିଲେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁଲୋଚନା ଦାସ . ଶିକ୍ଷକ ପ୍ରହଲ୍ଲାଦ ମିଶ୍ର ‘ମୋ ସ୍କୁଲ ଯୋଜନା ‘ ରେ ସମସ୍ତ ଛାତ୍ରଛାତ୍ରୀ ମିଶିବା ପାଇଁ ନିବେଦନ କରିଥିଲେ । ବିଦ୍ୟାପୀଠର ସ୍କାଉଟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ବୋଲା ଯାଇଥିଲା । ପୁରାତନ ଛାତ୍ର ନିରଞ୍ଜନ ଦାସ ସଙ୍ଗୀତ ସଂଯୋଜନା କରିଥିବା ବେଳେ ଡ଼.ବନପ୍ରଭା ପରିଡା ସଭା ସଂଚାଳନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିତିକଣ୍ଠ ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ମାନପତ୍ର, ପୁସ୍ତକ, ଉପଢୌକନ ପ୍ରଦାନ ପୂର୍ବକ ଗୁରୁ ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜୟନ୍ତୀ ପତି, ମନୋରମା ପତି, ମମତା ପତି, ମଞ୍ଜୁଲତା ପତି, ଜନ୍ମେଜୟ ମହାପାତ୍ର, ମନୋଜ ମହାନ୍ତି, ପତିତପାବନ ପତି, ପୂର୍ଣ୍ଣଚନ୍ଦ୍ର ବେହେରା, ଜଗବନ୍ଧୁ ବେହେରା, ବିଶ୍ୱନାଥ ବେହେରା, ପ୍ରକାଶ ମହାପାତ୍ର, ବସନ୍ତ କୁମାର ଭୋଇ, ଅଶୋକ ବେହେରା, ରାମଚନ୍ଦ୍ର ମାଝୀ, ପ୍ରବୋଧ କୁମାର ପତି, ହେନା ମଞ୍ଜରୀ ପତି, ମାଳତୀ ଦାସ, ସୁକାନ୍ତି ଦାସ , ରେଖା ପରିଡା, କୁନି ପରିଡା, ଗୋଲକ ଦାସ, ବିକ୍ରମ ପାଣି, ତ୍ରିଲୋଚନ ପତି ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଫଳ କରିଥିଲେ ।

Exit mobile version