Site icon Awaj Media

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲା ସ୍ତରୀୟ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ିଆରଡିଏ ର ତାଲିମ କେନ୍ଦ୍ର ଠାରେ ପ୍ରଧାନ ମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ମିଳିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସମବାୟ ବିକାଶ ନିଗମ ଏବଂ ମତ୍ସ୍ୟ ବିଭାଗ ଭାରତ ସରକାରଙ୍କ ଦ୍ଵାରା ମିଳିତ ଏହି ଜିଲ୍ଲା ସ୍ତରୀୟ ସଚେତନତା ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହରିହର ସେଠୀ ARCS , ଜିଲ୍ଲା ମତ୍ସ୍ୟ ଅଧିକାରୀ ଖାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସାରଦୁଲ ଯାଦବ , ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ପ୍ରମୁଖ ମଞ୍ଚ।ସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ , ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ଏବଂ ସମବାୟ ସମିତିର ସମ୍ପାଦକ ମାନେ ଉପସ୍ଥିତ ରହି ତାଲିମ ନେବା ସହ ସେମାନଙ୍କୁ ସଚେତନତା କରାଯାଇଥିଲା । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ଅନୁଭୂତି ଓ ସେମାନଙ୍କର ସୁବିଧା ଅସୁବିଧା ବୁଝିନେଇ ଥିଲେ । ଜିଲ୍ଲା ରେ କିପରି ମତ୍ସ୍ୟ ଚାଷର ବିକାଶ ହୋଇ ପାରିବ ତାହା ମଞ୍ଚାସୀନ ଅତିଥି ମାନେ ବୁଝାଇଥିଲେ । ପରିଶେଷରେ କାର୍ଯ୍ୟକ୍ରମ ର ଉପଦେଷ୍ଟା ପ୍ରତାପ କୁମାର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହିଭଳି କାର୍ଯ୍ୟକ୍ରମ ରୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ଓ ମତ୍ସ୍ୟ ଚାଷୀମାନେ କିଛି ଶିକ୍ଷା ଲାଭ କରିଥିବାରୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଏବଂ ତାଲିମ ଦେଇଥିବା ଅଧିକାରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version