Site icon Awaj Media

ହରିପୁର ପଞ୍ଚାୟତର ବିଭିନ୍ନ ସ୍କୁଲ ର ସ୍ଥିତି ସମୀକ୍ଷା କଲେ ସମିତିସଭ୍ୟା ସୋନାଲି ପରିଡ଼ା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସୋନାଲି ପରିଡ଼ା ସୋମବାର ଦିନ ହରିପୁର ଗ୍ରାମର ବହୁ ପୁରାତନ ମହାଦେବ ହାଇସ୍କୁଲରେ ପହଞ୍ଚି ମହାଦେବ ହାଇସ୍କୁଲ ପରିସରରେ ଥିବା ସୁକିନ୍ଦା ନଦୀକୁଳ ଅଞ୍ଚଳର ଗାନ୍ଧୀ ତଥା ମହାଦେବ ହାଇସ୍କୁଲର ପ୍ରାଣ ପ୍ରତିଷ୍ଠାତା ହରେକୃଷ୍ଣ ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ହରିପୁର ଗ୍ରାମ ପଞ୍ଚାୟତର ମହାଦେବ ହାଇସ୍କୁଲ , ଖଣ୍ଡୁରାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ହରିପୁର ପଞ୍ଚାୟତ ବାଳିକା ଉଚ୍ଚବିଦ୍ୟାଳୟ କୁ ଯାଇ ସ୍କୁଲ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ବାବଦରେ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ . ଏହା ସହିତ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ବାବଦରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି ।

Exit mobile version