Site icon Awaj Media

ଭୟାବହ ଅଗ୍ନିକାଣ୍ଡ : ୪ ଗୋରୁ ମୃତ , ୨ ଆହତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ ଡେରାବିଶ ବ୍ଲକ ପଲେଇ କନ୍ଦରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । କନ୍ଦରପୁର ଗ୍ରାମର ନୃସିଂହ ସାମଲ ଙ୍କ ଏକ ଚାଳଘରେ ନିଆଁ ଲାଗି 4 ଟି ଗୋରୁ ଅତି ଦୟନୀୟ ଭାବରେ ମୃତ୍ୟୁବରଣ କରିଥିବା ବେଳେ 2 ଟି ଗାଈ ଓ ଏକ ବାଛୁରୀ ଅତି ଗୁରୁତର ଭାବେ ଆହତ ହୋଇଥିବା ଘଟଣା ଯାହା ମିଳିଥିବା ସୂଚନାରୁ ଜଣାପଡିଛି । ଘରର ଅନ୍ୟ ଏକ ବଖରାରେ ଥିବା ଅନେକ ଆସବାବ ପତ୍ର ଓ ଜିନିଷପତ୍ର ଜଳି ପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଚାଳ ଘରକୁ ଲାଗି ରହିଥିବା କୋଠା ଘରର କବାଟ ,ଝରକା ଓ ଘର ଭିତର ର ଅନେକ ଜିନିଷପତ୍ର ନିଆଁ ଲାଗି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳେକୁ ଗୋରୁଗାଈ ମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ସ୍ଥାନୀୟ ଗ୍ରାମବାସୀ । ଯଥାସମ୍ଭବ ନିଆଁକୁ ଆୟତ୍ତ କରାଯାଇଥିଲା ।ଆଜି ଦିନ 10 ଟା ପରେ ଆର ଆଇ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ନେଇଥିବା ଘଟଣା ମିଳିଥିବା ସୂଚନାରୁ ଜଣା ପଡ଼ିଛି ।

Exit mobile version