ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହରିପୁର ର ସୋମନାଥ ଦେବ ବିଦ୍ୟାପୀଠ ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୋପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ନୟାଗଡ଼ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ନୟାଗଡ଼ ଜିଲ୍ଲାର ୧୬ ନମ୍ବର ଜୋନ ର ଜିଲ୍ଲା ପରିଷଦ ଜସ୍ମିନ ଦାସ , ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ହରିପୁର ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ଖଟୁଆ, ସମିତି ସଭ୍ୟ ପ୍ରତାପ କୁମାର ମହାପାତ୍ର ଏବଂ ସୋମନାଥ ଦେବ ବିଦ୍ୟାପୀଠ ହରିପୁର ର ବରିଷ୍ଠ ଶିକ୍ଷକ ତ୍ରିନାଥ ମିଶ୍ର, ହରିପୁର ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ସୁବାସ ନାୟକ ଏବଂ ବିରଞ୍ଚି ନାରାୟଣ ବେହେରା ଯୋଗ ଦେଇଥିଲେ | ପ୍ରଥମେ ସୋମନାଥ ଦେବ ବିଦ୍ୟାପୀଠ ହରିପୁର ର ନୂତନ ଗେଟ କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଙ୍କ ଉଦଘାଟନ କରିବା ପରେ ସମସ୍ତ ଅତିଥି ବୃନ୍ଦ ରୋପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ସମସ୍ତ ଅତିଥି ଗଣ ଙ୍କୁ ସ୍ୱାଗତ କରିବା ପାଇଁ ସୋମନାଥ ଦେବ ବିଦ୍ୟପୀଠ ହରିପୁର ର ପୁରାତନ ଛାତ୍ର ରାଧାମୋହନ ମହାପାତ୍ର , ଅଶୋକ କୁମାର ପ୍ରଧାନ, ନୁତନ କୁମାର ରଣା , ଅମିତୀ କୁମାର ବେହେରା, ବଳରାମ ପ୍ରଧାନ, ସୁବାସ ନାୟକ, ସୁରେନ୍ଦ୍ର ନାୟକ, ଶଶୀ ଭୂଷଣ ବେହେରା, ଲଡ଼ୁକେଶ୍ୱର ପଣ୍ଡା ଏବଂ ଲିଙ୍ଗରାଜ ଘଡେଇ ଦାୟିତ୍ୱ ନେଇଥିଲେ |
ସୋମନାଥ ଦେବ ବିଦ୍ୟାପୀଠର ରୋପ୍ୟ ଜୟନ୍ତୀ ପାଳିତ !!!

