Site icon Awaj Media

ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ – ନାଟୁଆ ମେଳା ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ସଂସ୍ଥା ତରଙ୍ଗ ରଙ୍ଗ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ କରଣ ସାହି ବିଜୟ କ୍ଲବ୍ ଠାରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି . ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କ୍ରିଏଟିଭ ଆର୍ଟସ ର ସଭାପତି ତଥା ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ଅର୍ଜୁନ ନାୟକ, ଗୁରୁ ରଘୁନାଥ ପାତ୍ର ଉପସ୍ଥିତ ଥିଲେ . ନାଟ୍ୟ ଆଲୋଚନା ରେ ପାରଳାଖେମୁଣ୍ଡି ରେ ନାଟକ ର ଇତିହାସ ଓ ଭବିଷ୍ୟତ ଉନ୍ନତି ଦିଗରେ ଅତିଥି ମାନେ ଆଲୋଚନା କରିଥଲେ . ଚଳିତ ବର୍ଷ ର ବିଶ୍ଵ ନାଟ୍ୟ ବାର୍ତ୍ତା ପାଠ କରିବା ପରେ ଅନୁଷ୍ଠାନ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥଲେ . କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ମନୋଜ ପାଢ଼ୀ , ଏମ. ପୃଥ୍ୱୀରାଜ , ଆଦର୍ଶ ଦାସ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସୁଜିତ୍ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ, ରାଜୁ ପଡ଼ାଲ , କାମଦେବ ପାଢ଼ୀ ଏବଂ ଅନନ୍ୟା ମଂଚ କଳାକାର ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ ।

Exit mobile version