Site icon Awaj Media

ଅଗ୍ନିବିପନ୍ନଙ୍କୁ ସହାୟତା ଓ ସହଯୋଗ ର ହାତ ବଢାଇଲା ସାମାଜିକ ସଂଗଠନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅଗ୍ନିବିପନ୍ନଙ୍କୁ ସହାୟତା ଓ ସହଯୋଗ ର ହାତ ବଢାଇଲା ସାମାଜିକ ସଂଗଠନ . କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ କନ୍ଦରପୁର ଗ୍ରାମରେ ଅଗ୍ନିକାଣ୍ଡ ସମ୍ପର୍କରେ ଗତକାଲି ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଅଗ୍ନିବିପନ୍ନ ପରିବାରକୁ ସହଯୋଗ ର ହାତ ବଢ଼ାଇଲା ପୁଅର ପିପୁଲ ସର୍ଭିସ ନାମକ ଏକ ଅଗ୍ରଣୀ ସମାଜିକ ସେବା ସଂଗଠନ l ଗତ ରବିବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ କନ୍ଦରପୁର ଗ୍ରାମରେ ନୃସିଂହ ସାମଲଙ୍କ ଦୁଇ ବଖରା ଘର ସମେତ ଚାରୋଟି ଗୋରୁ ପୋଡିଯିବା ଓ ଅନ୍ୟ ଦୁଇଟି ଗୋରୁ ଗୁରୁତର ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା l ଏହି ଖବର କୁ ଦେଖି କେନ୍ଦ୍ରାପଡା ର ଅଗ୍ରଣୀ ସାମାଜିକ ସଙ୍ଗଠନ ପୁଅର ପିପୁଲ ସର୍ଭିସ ପକ୍ଷରୁ ଆଜି ନୃସିଂହ ଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଚେକ ଆକାରରେ 5 ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରାଯାଇଛି l ପ୍ରଶାସନ ସହିତ ଯୋଗାଯୋଗ କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉକ୍ତ ସଂଗଠନର କର୍ମକର୍ତ୍ତା ।

Exit mobile version