ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସେଠୀ . କାର୍ଯ୍ୟାଳୟ ପରିସରରେ ଆଜି ବହୁ ବିଜେଡି କର୍ମୀ ଏବଂ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୌର ପରିଷଦ ଅଧ୍ୟକ୍ଷା ଙ୍କୁ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ନେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ . ତତ ସହିତ ନଵ ନିର୍ବାଚିତ ୱାର୍ଡ କାଉନସିଲର ମାନେ ମଧ୍ୟ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ହାଇସ୍କୁଲ ଛକ ଠାରେ ଥିବା ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଅଧ୍ୟକ୍ଷା । ଦାୟିତ୍ୱ ଗ୍ରହଣ କଲା ପରେ ନୂତନ ଭାବେ ପୌର ପରିଷଦ ଅଧ୍ୟକ୍ଷା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଦାୟିତ୍ୱ ଗ୍ରହଣ କରି ସେ ବହୁତ ଖୁସି ଅନୁଭବ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।ଆଶା ଓ ବିଶ୍ୱାସ ପ୍ରକଟ କରି ମତେ ଚୟନ କରିଥିବାରୁ ଆଜି ପୌର ପରିଷଦ ଅଧ୍ୟକ୍ଷା ହୋଇପାରିଛି , ପାରଳା ଜନସାଧାରଣ ସମର୍ଥନ ଓ ଭୋଟ ଦେଇ ଜୟଯୁକ୍ତ କରାଇଛନ୍ତି ତେଣୁ ପାରଳା ବାସୀଙ୍କୁ କୃତଜ୍ଞତା ଜଣାଉଛି । ପାରଳା ପୌର ପରିଷଦ କୁ ସର୍ବାଙ୍ଗୀନ ଉନ୍ନତି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଯେପରି ପ୍ରକୃତ ହିତାଧିକାରୀ ପାଇ ପାରିବେ, ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ହୋଇ ପୌର ପରିଷଦ ଏକ ନମ୍ବର ପୌର ପରିଷଦ ହେବ ଉପରେ ସେ ଉପରେ ଗୁରୁତ୍ୱ ଦେବି । ଏହି କାର୍ଯ୍ୟକ୍ରମ ରେ ରାଜଜେମା କଲ୍ୟାଣି ଗଜପତି , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଜମାଦାର ପଟ୍ଟନାୟକ, ସୁଧୀରଞ୍ଜନ ମହାପାତ୍ର, ରାଜେନ୍ଦ୍ର ବେହେରା, ପ୍ରଣୋଜ ପଟ୍ଟନାୟକ, ସୁରେଶ ମାଝୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଆଜି ପୌର ପରିଷଦ କାର୍ଯ୍ୟାଳୟ ଓ ସହରରେ ଖୁସିର ଲହରୀ ଖେଳି ଯାଇଛି ।
ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କଲେ ନିର୍ମଳା ସେଠୀ !!!

