Site icon Awaj Media

ଓଳିଆ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ବାଇକ ଆରୋହୀ ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଓଳିଆ ପଞ୍ଚାୟତ ଛକ ପାଖରେ ବାଇକ ଦୁର୍ଘଟଣା , ବାଇକ ଆରୋହୀ ଆହତ . ଭଦ୍ରକ ବାସିନ୍ଦା ଗଙ୍ଗାରାମ ମୁଣ୍ଡା ସୁକିନ୍ଦା ବ୍ଲକ ଓଳିଆ ପଞ୍ଚାୟତ ଅନ୍ତର୍ଗତ କଞ୍ଜିରା ଗ୍ରାମର ତାଙ୍କର ବନ୍ଧୁ ଘରକୁ ଆସିଥିବା ବେଳେ ବ୍ୟକ୍ତିଗତ କାର୍ଯ୍ୟରେ ମଙ୍ଗଳବାର ରାତି ସମୟରେ ଓଳିଆ ଗ୍ରାମ ପାଖ ଛକକୁ ଯାଇଥିଲେ . ରାତି ପ୍ରାୟ ୮ ଘଟିକା ସମୟରେ କାମ ସାରି ବାଇକ ଯୋଗେ ବନ୍ଧୁ ଘରକୁ ଫେରୁଥିବା ସମୟରେ ଓଳିଆ ମୁଖ୍ୟ ରାସ୍ତାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା . ଗଙ୍ଗାରାମ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିବା ବେଳେ ପରିବାର ବର୍ଗଙ୍କ ସହାୟତାରେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Exit mobile version