ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଟି ଅବ୍ୟବସ୍ଥା ଘେରରେ ପଡ଼ି ରହିଛି | ସୂଚନା ଥାଉ କି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାହାଡାଝୋଲା ଅଞ୍ଚଳ ସହ ଅନେକ ଆଦିବାସୀ ଲୋକ ମାନେ ନିର୍ଭର କରୁଥିବା ବେଳେ ଅବ୍ୟବସ୍ଥା ଘେରରେ ଏହା ଥିବା ଦେଖିବାକୁ ମିଳିଛି | ନୂଆଗାଁ ବ୍ଲକ ଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ସରକାର ଆଦିବାସୀ ଙ୍କର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି . କିନ୍ତୁ ଯଦି ଆମେ ଏ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦେଖିବା ତେବେ ସରକାର ଙ୍କ ବିକାଶ କଣ , ତାହା ଜଳ ଜଳ ହୋଇ ଦେଖା ଯାଉଛି |
କିଛି ଦିନ ତଳେ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଟିଏ 108 ଆମ୍ବୁଲାନ୍ସ ନିହାତି ଆବଶକ୍ୟ ବୋଲି ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ନୟାଗଡ଼ ଜିଲ୍ଲା ପ୍ରଶାସନ | ଗୋଟିଏ 108 ଆମ୍ବୁଲାନ୍ସ ବାହାଡାଝୋଲା ମେଡିକାଲ କୁ ପ୍ରଦାନ କରିବା ସହ ଆମ୍ବୁଲାନ୍ସ ଷ୍ଟାଫ୍ ମଧ୍ୟ୍ୟ ଯୋଗାଇ ଦେଇଥିଲେ | ବାହାଡାଝୋଲା ଅଞ୍ଚଳ ର ଲୋକମାନଙ୍କ ଅଭିଯୋଗ କୁ ଆଧାର କରି 108 ଆମ୍ବୁଲାନ୍ସ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦେଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଷ୍ଟାଫ୍ ଙ୍କର ରହିବା ପାଇଁ ସୁବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି | ମେଡିକାଲ ସାମ୍ନାରେ ମଧ୍ୟ୍ୟ କିଛି ଉଠା ଦୋକାନୀ କ୍ୟାବିନ ପକାଇ ଜବରଦଖଲ କରି କବଜା କରି ଆଡ୍ଡା କରୁଥିବା ଦେଖିବାକୁ ମିଳିଛି | ଯାହାଦ୍ୱାରା ଟ୍ରାଫିକି ସମସ୍ୟା ଦେଖାଦେବା ସହ ବେଳେବେଳେ ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା 108 ଆମ୍ବୁଲାନ୍ସ ଟି ବାହାରକୁ ବାହାରି ପାରୁ ନଥିବା ଅଭିଯୋଗ ହେଉଛି |

