Site icon Awaj Media

କଟକ ଶିଶୁଭବନ ସ୍ଥିତ ” ଆହାର କେନ୍ଦ୍ର ” ପରିଦର୍ଶନ କଲେ କଟକ ମହାନଗର ମେୟର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସହରରେ କେହି ଭୋକିଲା ନ ରୁହନ୍ତୁ ! ଏହି ଚିନ୍ତାଧାରା ନେଇ ଓଡ଼ିଶା ସରକାର ଆରମ୍ଭ କରି ଥିବା ‘ ‘ଆହାର କେନ୍ଦ୍ର ” ଆଜି ଓଡ଼ିଶା ର 150 ରୁ ଉର୍ଦ୍ଧ୍ୱ ସ୍ଥାନରେ ଶୁଭାରମ୍ଭ ହୋଇଛି । କଟକକୁ ସ୍ୱାସ୍ଥ୍ୟ ସେବା, ଆଇନଗତ ସେବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକମାନେ ଆସିଥାନ୍ତି । ମାତ୍ର ଅର୍ଥ ଅଭାବ ଓ ଗମନାଗମନ ଅସୁବିଧା ପାଇଁ ବହୁ ଲୋକ ଖାଦ୍ୟ ପାଇଁ ହନ୍ତସନ୍ତ ହୁଅନ୍ତି । ତେବେ ଆହାର କେନ୍ଦ୍ର ପାଇଁ ହଜାର ହଜାର ବ୍ୟକ୍ତି ଉପକୃତ ହୋଇ ପାରିଛନ୍ତି ।

ଆଜି ପବିତ୍ର ଓଡିଶା ଦିବସ ଅବସରରେ ନବ ନିର୍ବାଚିତ କଟକ ମେୟର ସୁବାଷ ସିଂ, କଟକ ଶିଶୁ ଭବନ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି । ଆହାର କେନ୍ଦ୍ରରେ ଉପସ୍ଥିତ ରୋଗୀଙ୍କ ପରିଜନ ଙ୍କୁ ତାଙ୍କ ଦୁଃଖ କଥା ପଚାରି ବୁଝିବା ସହିତ, ଆହାର କେନ୍ଦ୍ରରେ ଖାଦ୍ୟ ଖାଇ ଏହାର ମାନ ପରଖିଛନ୍ତି । ଆଗାମୀ ଦିନରେ ଏହିଭଳି ବହୁ ଆହାର କେନ୍ଦ୍ର ସରକାରଙ୍କ ତରଫରୁ ନିର୍ମାଣ କରାଯିବା ସହିତ, ରବିବାର ଆହାର କେନ୍ଦ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି ମେୟର ସୁବାଷ ସିଂ ।

Exit mobile version