Site icon Awaj Media

ଗଜପତିରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୫ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯୋଗେ ବନ୍ଦେ ଉତ୍କଳ ଜନନୀ ପରିବେଶଷଣ କରି ସହର ପରିକ୍ରମା କରାଯାଇଥିଲା । ସକାଳ ୭ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ପ୍ରମୁଖ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହପରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମାଧି ପୀଠରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହିପରି ବଜାର ଛକ ଓ ଗାନ୍ଧୀ ଛକ ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାଳୟ, ସତ୍ୟ ସାଇ ବିଦ୍ୟାଳୟ, ପାଇକ ଆଖଡ଼ା ଦଳ ବୀର ବାଦ୍ୟ ଦଳ ପ୍ରମୁଖ ସହର ପରିକ୍ରମା କରିଥିଲେ l ସକାଳ ୧୦.୩୦ ସମୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଅବସରରେ ସାଧାରଣ ସଭା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ସମସ୍ତ କର୍ଣ୍ଣଧାରଙ୍କ ଗୁଣଗାନ କରିଥିଲେ । ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ବୋଲି ପ୍ରକାଶ କରିବା ସହ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅତୁଳନୀୟ ଏବଂ ସ୍ୱର୍ଗତ ମହାରାଜାଙ୍କ ତ୍ୟାଗ ଓ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତି ସାଧାନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗୋଲ ଟେବୁଲ ବୈଠକରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବଳିଷ୍ଠ ଯୁକ୍ତି ହିଁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସାକାର ହୋଇଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ନବ ନିର୍ବାଚିତି ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଦିବସ ଅବସରରେ ଆୟୋଜିତ ବିଭିନ୍ନ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ କପ୍ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସ୍ୱରାଜ ଶିଶା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପରିଚାଳନା କରିଥିଲେ ।

Exit mobile version