Site icon Awaj Media

୪୨ ମୌଜା ଗୋୖରବ ସମାଜସେବୀ ପ୍ରଲୋପ ମହାପାତ୍ର ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କରୋନା ଯୋଦ୍ଧା ପ୍ରଲୋପ ମହାପାତ୍ର ସାହିତ୍ୟ ସଂସ୍କୃତି ସେବା, କରୋନା ମହାମାରୀ ସମୟରେ ଜନ ସଚେତତା ସହ ବିଶୋଧନ କାର୍ଯ୍ୟ , ମାସ୍କ ସାନିଟାଇଜର ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ, ପୂଜ୍ୟପୂଜା, ରୋଗୀ ସେବା ଏବଂ ନିଜ ଅଂଚଳର ଶିଶୁ ପ୍ରତିଭା ର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ, ଅନାଥାଶ୍ରମ ସେବା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ଐତିହାସିକ ବଳୀବାମନ ପୀଠ ଚନ୍ଦୁଲି ଠାରେ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ୱେଷଣ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ପର୍ବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ଇଂ.ଅଶୋକ ବିଶ୍ଵାଳ, ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ଶିକ୍ଷୟତ୍ରୀ ପାପୁ ଦାସ, ଅଭିନେତା ଦୈତାରୀ ପ୍ରଧାନ, କରୋନା ଯୋଦ୍ଧା ଅଭିରାମ ସାହୁ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ବାବୁଲି ପାତ୍ର, ପବିତ୍ର ମୋହନ ଓଝାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Exit mobile version