Site icon Awaj Media

କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍‌ଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ‘ ଦୋକାନ ଉଦ୍‌ଘାଟିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ହୋଇଥିବା ଚା ‘ ଦୋକାନ ପାଇଁ ୫୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିବାର ମଧ୍ୟ ଜଣା ପଡିଛି ।

ମୁଖ୍ୟତଃ କିନ୍ନର ମାନଙ୍କୁ ସ୍ୱାବଲମ୍ବୀ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏପରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ଚା ‘ ଦୋକାନ କରିଥିବାର ଜଣାପଡିଛି । ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ବିଶେଷ କରି କିନ୍ନର ସଂଘ ବହୁ ଖୁସି ପ୍ରକଟ କରିଛନ୍ତି । ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ଜିଲ୍ଲା ସାମାଜିକ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version