ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଷୀଣୀ ସଭାଗୃହରେ ୮୭ ତମ ଓଡିଶା ଦିବସ ପାଳନ ହୋଇ ଯାଇଛି । ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଲୋକାର୍ପଣ କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ ସମ୍ପାଦନାରେ ଗଜପତି ଜିଲ୍ଲାର ଲେଖକ ଲେଖିକା ପରିଚୟ ଲୋକାର୍ପିତ ହୋଇଥିଲା . ଗଜପତି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବହି ଟିକୁ ଳୋକାର୍ପଣ କରିଥିଲେ । ମୁଖ୍ୟ ବକ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନୀତ ବକ୍ତା ଡ଼.ଅଜୟ କୁମାର ତ୍ରିପାଠୀ, ଡ଼. କଲ୍ୟାଣୀ ମିଶ୍ର , ବିନୋଦ ଚନ୍ଦ୍ର ଜେନା , କିରଣ କୁମାର ମହାନ୍ତି ଯୋଗଦାନ କରି ଉତ୍କଳ ଦିବସରେ ଉତ୍କଳୀୟ ଙ୍କ ଭାଷା ପ୍ରୀତି ଏବଂ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।

ଭାଷା ଆମର ଜୀବନ ଓ ପ୍ରାଣ . ଓଡ଼ିଆ ଭାଷIକୁ ବିଶ୍ୱ ଦରବାରରେ ପହଁଚେଇବା ଆମର କର୍ତ୍ତବ୍ୟ । ସମ୍ପ୍ରତି ଆମ ଭାଷା ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି ଏହା ଆମ ପାଇଁ ଅତୀବ ଗୌରବ ର ବିଷୟ ବୋଲି ବକ୍ତା ମାନେ କହିଥିଲେ । ତ୍ରିପତି ପଣ୍ଡା ମଞ୍ଚ ଆହ୍ୱାନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ , ମୀନାକୁମାରୀ ଟହଲ ପରିଚୟ ପ୍ରଦାନ କରିଥିଲେ । ଶ୍ୱେତା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଡି. ପ୍ରିୟଙ୍କା ଙ୍କ ନିର୍ଦ୍ଦେଶନାରେ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ମୁରଲି ଧର ପରିଛା, ଵିଷ୍ଣୁ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

