କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି l ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତି ଶିକ୍ଷକ ଥିଲେ, କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣାଥିଲେ . ଜିଲ୍ଲା ର ବିଭିନ୍ନ ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି , ଫିରିଙ୍ଗିଆ ବ୍ଲକ ରେ ମଧ୍ୟ କିଛି ଦିନ ରହି ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ . ଗତ କିଛି ମାସ ତଳେ ସେ ଖଜୁରୀପଡା ବ୍ଲକରେ ଅବସର ଗ୍ରହଣ କରିଥିଲେ l ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ମର ଶରୀରକୁ ନିଜ ପୈତୃକ ଗ୍ରାମ ସୋନପୁର ନିଆଯାଇ ସେଠାରେ ଶୋକାକୁଳ ପରିବେଶ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କର ଏକମାତ୍ର ପୁତ୍ର ୟୂଥ ଅଫ୍ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ମୁଖାଗ୍ନି ଦେଇଥିଲେ ।
ଅବସରପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ !!!

