Site icon Awaj Media

ଉତ୍କଟ ହେଲାଣି ଡାକ୍ତରଖାନା ସମ୍ମୁଖ ଟ୍ରାଫିକ ସମସ୍ୟା : ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଚିନ୍ତା ନିଦ ରେ ଶୋଇ ରହିଛି ପ୍ରଶାସନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଟ ହେଲାଣି ଡାକ୍ତରଖାନା ସମ୍ମୁଖ ଟ୍ରାଫିକ ସମସ୍ୟା , ହେଲେ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ . ଆମେ କହୁଛୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ମୌଳିକ ସମସ୍ୟା ବିଷୟରେ | ଡାକ୍ତରଖାନା ସମ୍ମୁଖରେ ହେଉଥିବା ଟ୍ରାଫିକ୍ ସମସ୍ୟା ବିଷୟରେ ବାରମ୍ବାର ଅଭିଯୋଗ, ଖବର ପ୍ରସାରଣ କଲେ ମଧ୍ୟ୍ୟ ଅଚିନ୍ତା ନିଦରେ ଶୋଇ ରହିଛି ସ୍ଥାନୀୟ ପ୍ରଶାସନ | ମେଡିକାଲ ସାମ୍ନାରେ ରେ ଚାଲିଛି ଉଠା ଦୋକାନୀ ଙ୍କ ରାଜ | ଉଠା ଦୋକାନୀ ଙ୍କ ଘେର ବନ୍ଦୀ ରେ ଲୁଚି ରହିଛି ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର | ଉଠା ଦୋକାନୀ ଙ୍କ ଯୋଗୁଁ ବାରମ୍ବାର ମେଡିକାଲ ସାମ୍ନାରେ ଟ୍ରାଫିକ୍ ସମସ୍ୟା ଦେଖା ଦେବା ସହ ମେଡିକାଲ ରେ ଥିବା ୧0୮ ଆମ୍ବୁଲାନ୍ସ ଟି ଘଣ୍ଟା ଘଣ୍ଟା ଧରି ମେଡିକାଲ ରୁ ବାହାରକୁ ବାହାରି ପାରୁନାହିଁ | ଏ ଘଟଣା ଯୋଗୁଁ ବାରମ୍ବାର ଅପ୍ରିତୀକର ପରିସ୍ଥିତି ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏ ସବୁ ଦେଖି ମଧ୍ୟ କଣ ପାଇଁ ଚୁପ ବସିଛି ତାହାକୁ ନେଇ ଏବେ ସାଧାରଣ ରେ ଉଠିଛି ପ୍ରଶ୍ନ | ବାହାଡାଝୋଲା ମେଡିକାଲ ଉପରେ ତିରିଶ ହଜାର ରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ମେଡିକାଲ ଟି ସଠିକ ସେବା ପାଇ ପାରୁ ନଥିବା ମଧ୍ୟ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ | ମେଡିକାଲ ଟି ଜଣେ ଆୟୁଷ ଡାକ୍ତର, ଗୋଟିଏ ଫାର୍ମାସିଷ୍ଟ ଏବଂ ଗୋଟିଏ ଆସିଷ୍ଟାଣ୍ଟ କର୍ମଚାରୀ ଓ କିଛି ଷ୍ଟାଫ୍ ନର୍ସ କୁ ନେଇ ମେଡିକାଲ ପରିଚାଳିତ ହେଉଥିବା ବେଳେ ମେଡିକାଲ ରେ ଏବେ ସୁଦ୍ଧା ମୁଖ୍ୟ ଡାକ୍ତର ପଦଵୀ , ଗୋଟିଏ ଲ୍ୟାବ ଟେକ୍ନିସିଆନ ପଦଵୀ ଖାଲି ରହିଛି | ଏ ବିଷୟରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ୍ୟ ଅଚିନ୍ତା ନିଦରେ ଶୋଇ ରହିଛି ସ୍ଥାନୀୟ ପ୍ରଶାସନ | ନା ପୂରଣ ହେଉଛି ମେଡିକାଲ ର ପଦଵୀ , ନା ଉଠୁଛି ମେଡିକାଲ ସାମ୍ନାରେ ଜବରଦସ୍ତ ମାଡ଼ି ବସିଥିବା ଉଠା ଦୋକାନୀ ଙ୍କ କ୍ୟାବିନ | ସାଧାରଣ ଲୋକଟିଏ ଆସିଲେ ମେଡିକାଲ କୋଉଠି ଜାଣି ପାରୁନଥିବା ବେଳେ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ |

Exit mobile version