Site icon Awaj Media

ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଙ୍କ ପ୍ରସିଦ୍ଧ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ । ଗୋପାଳପ୍ରସାଦ ସ୍ଥିତ ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି . କରୋନା ପାଇଁ ରାଜ୍ୟ ସରକାରଙ୍କର କୌଣସି କଟକଣା ନଥିବାରୁ ଚଳିତ ବର୍ଷ ମା’ ହିଙ୍ଗୁଳା ଙ୍କ ଯାତ୍ରା ଓ ଲୋକ ମହୋତ୍ସବ ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଉପ-ଜିଲ୍ଲାପାଳ ପ୍ରକାଶ କରିଥିଲେ । ମା’ଙ୍କ ଯାତ୍ରା ପୂର୍ବପରି ପାରମ୍ପରିକ ବିଧି ବିଧାନ ଅନୁଯାୟୀ ଭକ୍ତମାନଙ୍କ ଉପସ୍ଥିତିରେ ପାଳନ କରାଯିବ। ବୈଠକରେ ଉପସ୍ଥିତ ତାଳଚେରର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କୁ ସଦସ୍ୟ ମାନେ ସମ୍ବର୍ଦ୍ଧନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ରାଜକୁମାର ବିଜୟେନ୍ଦ୍ର ଦେବ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନ, ଏସ୍‌ଡିପିଓ ସ୍ଵସ୍ତି ଏସ୍. କୁମାର, ତାଳଚେର ବିଡ଼ିଓ ଶିବ କୁମାର ମିଶ୍ର, ତହସିଲଦାର ମନ୍ମଥ ନାୟକ, ବିଦ୍ୟୁତ ବିଭାଗର ଏସ୍‌ଡିଓ ମନୋଜ କୁମାର ପାଣି, କଲିୟରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ହିଙ୍ଗୁଳା ମହାପ୍ରବନ୍ଧକ ଏ.କେ. ସ୍ପର୍ଶକର, ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ଅଶୋକ କୁମାର ଧଳ, ତାଳଚେର ବ୍ଲକ ଉପାଧ୍ୟକ୍ଷ ଅଞ୍ଚଳ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ମୂରଲୀଧର ସାହୁ, ରାଜେନ୍ଦ୍ର ସିଂହ, ଅରୁଣ କୁମାର ପ୍ରଧାନ, ରନ୍ଧାକର ସାହୁ, ସନ୍ତୋଷ କୁମାର ପ୍ରଧାନ, ସିଦ୍ଧେଶ୍ଵର ପ୍ରଧାନ, ଗଗନ ବିହାରୀ ସାହୁ, ଏସ୍.କେ. ଶର୍ମା, ବରିଷ୍ଠ ଖଣି ଅଧୁକାରୀ,ବିଭିନ୍ନ ଗ୍ରାମର ସରପଂଚ ଓ ସମିତି ସଭ୍ୟଙ୍କ ସମେତ ବହୁ ବ୍ୟକ୍ତି ବୈଠକରେ ଯୋଗଦେଇଥିଲେ । ଚଳିତ ବର୍ଷ ଅତିରିକ୍ତ ଖର୍ଚ୍ଚ ଏମ୍‌ସିଏଲ୍ ବହନ କରିବ ବୋଲି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରସ୍ତାବ ଦେଇଥିଲେ ଏବଂ ପ୍ରସ୍ତାବ ଅନୁଯାୟୀ ଏମ୍‌ସିଏଲ୍‌କୁ ଅନୁରୋଧ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା ।

Exit mobile version