Site icon Awaj Media

ଉଲ୍ଲେଖନୀୟ କୃତିତ୍ୱ ନେଇ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ୱାଳ ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଜ୍ଞାନ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା , ସମାଜସେବା,ସାହିତ୍ୟ, ସଂସ୍କୃତି, ପରମ୍ପରା, ଗ୍ରାମାଂଚଳରେ ଶିକ୍ଷାର ବିକାଶ ଦିଗରେ ନିରନ୍ତର ସାଧନା, ପୂଜ୍ୟପୂଜା ଆଦି ବିଭିନ୍ନ ଦିଗରେ ଅନନ୍ୟ କୃତିତ୍ୱ ର ସ୍ୱୀକୃତି ସ୍ୱରୂପ ୪୨ ମୌଜା ବନ୍ତୁଣିଆ ମାଟିର କୃତି ସନ୍ତାନ ଇଂ.ଅଶୋକ କୁମାର ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ପର୍ବରେ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ସମାଜସେବୀ ବିନୋଦ ବେହେରା, ସାହିତ୍ୟିକ ରୁଦ୍ର ନାରାୟଣ ଦାସ, କବୟିତ୍ରୀ ସରୋଜ ନଳିନୀ ପରିଜା, କରୋନା ଯୋଦ୍ଧା ଅଭିରାମ ସାହୁ, ଅନୁଷ୍ଠାନର ସଭାପତି ପ୍ରତିଭା ଶତପଥୀ, ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ପ୍ରାବନ୍ଧିକ ଇଂ.ସେବକ ଶ୍ରୀକାନ୍ତ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଇଂ. ବିଶ୍ୱାଳ ଅଧୁନା ସାମାଜିକ ସଂଗଠନ “ବୟାଳିଶ ମୌଜା ବିକାଶ ପରିଷଦ” ର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ, “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା” ର ସଭାପତି ଓ ବନ୍ତୁଣିଆ ଗ୍ରାମ୍ୟ କମିଟିର ସଭାପତି ଭାବେ କାର୍ଯ୍ୟ କରିବା ସହ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ଆଦର୍ଶ ଯୁବ ସଂଘ କଟକ କଟକ ଶାଖା, ଉତ୍କଳ ବିକାଶ ପରିଷଦ କଟକ ସଦର ଆଦି ବହୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

Exit mobile version